ପେଟରେ ହେଉଥିବା ଯନ୍ତ୍ରଣାକୁ ସହି ନପାରି ମହିଳା ଡାକ୍ତରଙ୍କ ପାଖକୁ ଗଲେ, ବାହାରିଲା ୩୦୦ରୁ ଅଧିକ କୃମି

Advertisment
ପେଟରେ ହେଉଥିବା ଯନ୍ତ୍ରଣାକୁ ସହି ନପାରି ମହିଳା ଡାକ୍ତରଙ୍କ ପାଖକୁ ଗଲେ, ବାହାରିଲା ୩୦୦ରୁ ଅଧିକ କୃମି

ନୂଆଦିଲ୍ଲୀ: ଝାଡଖଣ୍ଡରୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି, ଯାହାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଧନବାଦରେ ବସବାସ କରୁଥିବା ଜଣେ ମହିଳାଙ୍କ ପେଟରେ ଯନ୍ତ୍ରଣା ହେବାରୁ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଡାକ୍ତର ମହିଳାଙ୍କ ପେଟର ପରୀକ୍ଷା କରିବା ପରେ ତାଙ୍କ ପେଟରେ ୩୦୦ରୁ ଊର୍ଧ୍ୱ କୃମି ଥିବା ରିପୋର୍ଟରୁ ଜଣାପଡ଼ିଥିଲା।

ସୂଚନାଯୋଗ୍ୟ, ଧନବାଦର ଲୋୟାବାଦ ନ୍ୟୁ ଡ୍ରିପ୍‌ରେ ରହୁଥିବା ୨୦ବର୍ଷର ଅଂଶୁ ଦେବୀଙ୍କ ପେଟରେ ତିନିଦିନ ହେବ ଯନ୍ତ୍ରଣା ହେଉଥିଲା। ଏହା ପୂର୍ବରୁ ବି ତାଙ୍କ ପେଟରେ ଯନ୍ତ୍ରଣା ହେଉଥିଲା ହେଲେ ସେ ଔଷଧ ଦୋକାନରୁ ଔଷଧ କିଣି ଖାଇ ଦେଉଥିଲେ। ହେଲେ ଏଇ ଥରକ ଔଷଧ ଖାଇବା ପରେ ବି ଯନ୍ତ୍ରଣା ଠିକ୍‌ ନହୋଇ ଆହୁରି ବଢ଼ି ଯାଇଥିଲା। ଏହାପରେ ମହିଳା ଡାକ୍ତରଖାନାରେ ପହଞ୍ଚି ଥିଲେ। ଡାକ୍ତର ମହିଳାଙ୍କ ଚିକିତ୍ସା କରି ଔଷଧ ଖାଇବାକୁ ଦେଇଥିଲେ। ଯେମିତି ମହିଳା ଔଷଧ ଖାଇଥିଲେ ତୁରନ୍ତ ସେ ବାନ୍ତି କରିବାକୁ ଲାଗିଥିଲେ। ବାନ୍ତିରେ ଅଂଶୁଙ୍କ ମୁହଁ ବାଟରୁ କୃମି ବାହାରୁ ଥିବା ଦେଖିବାକୁ ମିଳିଥିଲା। ଏଭଳି ଅବସ୍ଥା ଦେଖି ଡାକ୍ତର ତୁରନ୍ତ ଅସ୍ତ୍ରୋପଚାର ପାଇଁ ତାଙ୍କ ପରିବାରଲୋକଙ୍କୁ କହିଥିଲେ।

ଡାକ୍ତର ଆରଏଲ ପ୍ରସାଦ ଶୁକ୍ରବାର ମହିଳାଙ୍କ ଅସ୍ତ୍ରୋପଚାର କରି ତାଙ୍କ ପେଟରୁ ୩୦୦ରୁ ଅଧିକ କୃମି ବାହାର କରିଥିଲେ। ଏହି କୃମି ତାଙ୍କ ପେଟରେ ଘର କରି ନେଇଥିଲେ। ଅସ୍ତ୍ରୋପଚାର ପରେ ଧୀରେଧୀରେ ଅଂଶୁଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଥିବା ଡାକ୍ତର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe