ପକ୍ଷୀର ଅଣ୍ଡା ଓ ଛୁଆ ପାଇଁ ୩୫ ଦିନ ଅନ୍ଧାରରେ ରହିଲା ପୂରା ଗାଁ

Advertisment

ମାନବିକତାର ଜ୍ୱଳନ୍ତ ନିଦର୍ଶନ

ମାନବିକତାର ଜ୍ୱଳନ୍ତ ନିଦର୍ଶନ

ପକ୍ଷୀର ଅଣ୍ଡା ଓ ଛୁଆ ପାଇଁ ୩୫ ଦିନ ଅନ୍ଧାରରେ ରହିଲା ପୂରା ଗାଁ

photo-birds and blooms

ଶିବଗଙ୍ଗା: କୁହାଯାଏ ଯେ ଯଦି ମଣିଷ ଚାହିଁବ ତେବେ ମାନବିକତା ମାଧ୍ୟମରେ ସେ ଜଗତକୁ ଆହୁରି ସୁନ୍ଦର କରିପାରିବ। ଏହାର ଏକ ସର୍ବୋତ୍ତମ ଉଦାହରଣ ତାମିଲନାଡୁରେ ଦେଖିବାକୁ ମିଳିଛି, ଯେଉଁଠାରେ ସମଗ୍ର ଗାଁ ଏକ ପକ୍ଷୀ ଏବଂ ଏହାର ପିଲାମାନଙ୍କ ପାଇଁ ୩୫ ଦିନ ଅନ୍ଧକାରରେ ରହିଛି | ମିଳିଥିବା ସୂଚନା ମୁତାବକ ଶିବଗଙ୍ଗା ଜିଲ୍ଲାର ପୋଥାଗଡି ଗାଁରେ ଜଳୁଥିବା ପାଖାପାଖି ୩୫ଟି ଷ୍ଟ୍ରିଟ ଲାଇଟର ସ୍ଵିଚ ବୋର୍ଡ଼ରେ ଏକ ପକ୍ଷୀ ବସା ବାନ୍ଧିଥିଲା |

ଲୋକମାନେ ଭୟ କରୁଥିଲେ ଯେ ଯଦି ସୁଇଚ୍ ବୋର୍ଡ ବ୍ୟବହାର କରାଯାଏ, ତେବେ ପକ୍ଷୀର ଅଣ୍ଡା ଫାଟିଯିବ | ଏହା ଦେଖି ସମଗ୍ର ଗାଁ ସ୍ଥିର କଲା ଯେ ଅଣ୍ଡା ଫୁଟିବା ଏବଂ ଛୁଆ ଜନ୍ମ ହୋଇ ବଢିବା ପର୍ଯ୍ୟନ୍ତ ସୁଇଚ୍ ବୋର୍ଡ ବ୍ୟବହାର ହେବ ନାହିଁ | ଗ୍ରାମବାସୀମାନେ ଲକଡାଉନର ପ୍ରଥମ ଦିନରେ ସୁଇଚ୍ ବୋର୍ଡ ଭିତରେ ଏକ ପକ୍ଷୀ ନିଜ ବସା ତିଆରି କରିଥିବା ଜାଣିବାକୁ ପାଇଥିଲେ। ଯେତେବେଳେ ଲୋକମାନେ ବସା ଭିତରକୁ ଚାହିଁଲେ, ସେମାନେ ତିନୋଟି ନୀଳ ଏବଂ ସବୁଜ ଅଣ୍ଡା ଥିବାର ଦେଖିଲେ |

publive-image photo-bbc.co.uk

ଜଣେ ବ୍ୟକ୍ତି ଗାଁର ହ୍ୱାଟ୍ସଆପ ଗ୍ରୁପରେ ପକ୍ଷୀ ବସା ବାବଦରେ ତଥ୍ୟ ଦେଇଥିଲେ | ଏହା ପରେ ଗ୍ରାମବାସୀ ନିଷ୍ପତ୍ତି ନେଇଥିଲେ ଯେ ଅଣ୍ଡାରୁ ଛୁଆ ବାହାରକୁ ନଆସିବା ପର୍ଯ୍ୟନ୍ତ ସମସ୍ତେ ଲାଇଟ୍ ଜାଳିବା ପାଇଁ ସୁଇଚ୍ ବୋର୍ଡ ବ୍ୟବହାର କରିବେ ନାହିଁ। ଆଉ ନିଷ୍ପତ୍ତି ସ୍ୱରୂପ ଗ୍ରାମବାସୀ ପାଖାପାଖି ୩୫ ଦିନ ଯାଏଁ ବିନା ଷ୍ଟ୍ରିଟ ଲାଇଟରେ ଚଳିଥିଲେ | ଆଉ ପକ୍ଷୀଟି ଛୁଆ ଜନ୍ମ କରି ସେ ସ୍ଥାନରୁ ଚାଲିଯିବା ପରେ ହିଁ ଷ୍ଟ୍ରିଟ ଲାଇଟ ଲଗାଇଥିଲେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe