ବକେୟା ଥିବା ଖାଦ୍ୟ ବିଲକୁ ୩୫ ବର୍ଷ ପରେ ପୈଠ କଲେ ବୃଦ୍ଧ

ମଙ୍ଗାଲୁରୁର ଦେରଲକଟ୍ଟେର ବାସିନ୍ଦା ଏମ୍.ଏ. ମହମ୍ମଦ ଗାଁରେ ପହଞ୍ଚି ୩୫ବର୍ଷ ପୂର୍ବର ବକେୟା ବିଲ ପୈଠ କଲେ। ହୋଟେଲ ମାଲିକ ମହମ୍ମଦଙ୍କ ଠାରୁ ଘଟଣା ବିଷୟରେ ଜାଣିବା ପରେ ହୋଇଯାଇଥିଲେ ଆଶ୍ଚର୍ଯ୍ୟ।

ମକବ

ମକନ

ମଙ୍ଗାଲୁରୁ: ମଙ୍ଗାଲୁରୁର ଦେରଲକଟ୍ଟେର ବାସିନ୍ଦା ଏମ୍.ଏ. ମହମ୍ମଦଙ୍କ ସଚ୍ଚୋଟତା ଖୁବ କମ ଲୋକଙ୍କ ଭିତରେ ଦେଖିବାକୁ ମିଳିଥାଏ। ମହମ୍ମଦଙ୍କ ସଚ୍ଚୋଟତା ଚର୍ଚ୍ଚାର ବିଷୟ ପାଲଟିଛି।

୩୫ ବର୍ଷ ପୂର୍ବେ ମହମ୍ମଦ ଏକ କାମ ପାଇଁ ମୁଦିଗେରେର କୋଟିଗେହାର ଗାଁକୁ ଯାଇଥିଲେ। ସେଠାରୁ ସେ କାମ ସାରି ଫେରିବା ସମୟରେ  ଗାଁର ପୁରୁଣା ଭାରତ ହୋଟେଲରେ କଡୁବୁ ଏବଂ ମାଛ ତରକରୀ ଖାଇଥିଲେ।

ଖାଇବା ପରେ କାମ ବ୍ୟସ୍ତତା ସହିତ ହୋଟେଲରେ ଭିଡ଼ ଥିବା ହେତୁ ସେ ଖାଇବା ବିଲ୍ ଦେବାକୁ ଭୁଲିଯାଇଥିଲେ। ଏହାପରେ ସେ ହୋଟେଲରୁ ବାହାରି  ସିଧା ମଙ୍ଗାଲୁରୁ ଫେରି ଆସିଥିଲେ। ଘରେ ପହଞ୍ଚିବା ପରେ ତାଙ୍କର ମନେ ପଡ଼ିଥିଲା କି ସେ ହୋଟେଲରେ ଖାଇବା ପରେ ବିଲ ଦେବାକୁ ଭୁଲି ଯାଇଛନ୍ତି।

ସେ ନିଶ୍ଚିତ କରିଥିଲେ ଯେ ଆଗାମୀ ଦିନରେ ଯେବେ ବି କୋଟିଗେହାର ଯିବେ ତାଙ୍କର ବକେୟା ଥିବା ଖାଦ୍ୟ ବିଲ ପୈଠ କରିବେ। ଦୀର୍ଘ ୩୫ବର୍ଷ ବିତି ଯାଇଥିଲେ ସୁଦ୍ଧା କୋଟିଗେହାର ଯିବାକୁ ତାଙ୍କୁ କେବେ ସୁଯୋଗ ମିଳି ନଥିଲା।

କିନ୍ତୁ ଏହି କଥାଟି ସର୍ବଦା ମହମ୍ମଦଙ୍କ ମନରେ ରହିଥିଲା। ଗତ ଶନିବାର ଦିନ ଯେତେବେଳେ ସେ କାମ ପାଇଁ ପୁଣି କୋଟିଗେହାରରେ ପହଞ୍ଚିଲେ ତାଙ୍କୁ ତାଙ୍କର ପୁରୁଣା ଭୁଲ ମନେ ପଡ଼ିଯାଇଥିଲା। 

ମହମ୍ମଦ ଡେରି ନକରି ୩୫ ବର୍ଷ ପୂର୍ବେ ଯେଉଁ ହୋଟେଲରେ ଖାଇଥିଲେ ସେହି ହୋଟେଲରେ ଯାଇ ପହଞ୍ଚି ଯାଇଥିଲେ। ହୋଟେଲଟି ଯେଉଁ ସ୍ଥାନରେ ରହିବା କଥା ସେଠାରେ ଥିଲା କିନ୍ତୁ ସମ୍ପ୍ରତି ହୋଟେଲ ମାଲିକଙ୍କ ପୁଅ ଅଜିଜ୍ ତାହାକୁ ପରିଚାଳନା କରୁଥିଲେ।

ହୋଟେଲରେ ପହଞ୍ଚିବା ମାତ୍ରେ ମହମ୍ମଦ ଅଜିଜଙ୍କୁ ୩୫ ବର୍ଷ ପୁରୁଣା ବିଲ୍ ବିଷୟରେ ଜଣାଇ ଭୁଲ ପାଇଁ କ୍ଷମା ମାଗିଥିଲେ। ଯାହାକୁ ଶୁଣି ଅଜିଜ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।  ମହମ୍ମଦ କେବଳ ପୁରୁଣା ବିଲ୍ ଦେଇ ନଥିଲେ ବରଂ ପୁଣି ସେହି ହୋଟେଲରେ ଖାଦ୍ୟ ଖାଇ ବିଲ ପୈଠ କରି ଫେରିବା ପରେ ଆଶ୍ୱସ୍ତିର ନିଶ୍ୱାସ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe