ଇଜିପ୍ଟ୍‌ର ନୀଳ ନଦୀ ପାଖରୁ ମିଳିଲା ୩୫୦୦ ବର୍ଷ ପୁରୁଣା ‘ମମ୍ମୀ’ କବ୍ର

Advertisment
ଇଜିପ୍ଟ୍‌ର ନୀଳ ନଦୀ ପାଖରୁ ମିଳିଲା ୩୫୦୦ ବର୍ଷ ପୁରୁଣା ‘ମମ୍ମୀ’ କବ୍ର

ଇଜିପ୍ଟ୍‌ର ଭେଲି ଆଫ୍‌ କିଙ୍ଗ୍‌ସ୍‌ରେ ଏକ ଏମିତି ଖୋଜ୍‌ ହୋଇଛି ଯେଉଁଥିରେ ହଜାର ହଜାର ବର୍ଷ ପୂର୍ବରୁ ପୋତା ଯାଇଥିବା ଶରୀରକୁ ବାହାର କରିବା ଆରମ୍ଭ ହୋଇଯାଇଛି। ନୀଳ ନଦୀସ୍ତରରେ ପ୍ରାୟ ୫ ମାସ ଧରି ଖୋଲିବା କାର୍ଯ୍ୟ ଚାଲିଥିଲା। ସେଥିରୁ ବାହାରିଲା ଅମେନ୍‌ମହେଟ୍‌ର ୩୫୦୦ ବର୍ଷ ପୁରୁଣା କବ୍ର। ଯେଉଁଥିରେ ଭଗବାନଙ୍କ ପାଇଁ କାମ କରୁଥିବା ଗୋଲ୍ଡ୍‌ସ୍ମିଥ୍‌ ଅମେଟ୍‌ମହେଟ୍‌ଙ୍କ କଙ୍କାଳ ମଧ୍ୟ ଥିଲା।

ଇଜିପ୍ଟ୍‌ର ପୁରାତନ ବିଭାଗର କହିବା ଅନୁସାରେ ଅମେନ୍‌ମୋହେଟ୍‌ ଇଜିପ୍ଟ୍‌ର ସୂର୍ଯ୍ୟ ଦେବତାଙ୍କ ପାଇଁ କାମ କରୁଥିଲେ ଓ ସେ ରାଜବଂଶର ୧୮ତମ ପିଢ଼ି ଥିଲେ ଓ ସେ ୧୫୬୭ ଖ୍ରୀଷ୍ଟାବ୍ଦପୂର୍ବରେ ଜିବୀତ ଥିଲେ। ଅମେନ୍‌ମୋହେଟ୍‌ଙ୍କ କଙ୍କାଳ ସହ ତାଙ୍କ ପତ୍ନୀ ଓ ପୁଅଙ୍କ ମୂର୍ତ୍ତୀ ମଧ୍ୟ ମିଳିଛି। ସେମାନେ ଏକାସହ ଏକ ସିଂହାସନରେ ବସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe