ଜଣେ ମହିଳା ୧୭ଥର ପାଇଁ ହେଲେ ଅନ୍ତସତ୍ତ୍ୱା; ପ୍ରଶାସନ କହିଲେ, ଆପଣ ହସ୍‌ପିଟାଲ୍‌ରେ ହିଁ ରହି ଯାଆନ୍ତୁ

Advertisment
ଜିଲ୍ଲାରେ ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟସେବା: କେବଳ ଜରୁରୀକାଳୀନ ସ୍ଥିତିରେ ସରକାରୀ ହସ୍ପିଟାଲ୍ ପସନ୍ଦ

ବିଡ: ଗୋଟିଏ ପଟେ କେନ୍ଦ୍ର ଓ ରାଜ୍ୟ ସରକାର ବୃଦ୍ଧି ପାଉଥିବା ଜନସଂଖ୍ୟାକୁ କାବୁ କରିବା ପାଇଁ ପ୍ରୟାସ ଜାରି ରଖିଥିବା ବେଳେ ମହାରାଷ୍ଟ୍ରର ବିଡ ଜିଲ୍ଲାରୁ ଏକ ଘଟଣା ସାମ୍ନାକୁ ଆସିଛି। ବିଡର ମାଜଲଗ୍ରାମ ତହସିଲରେ ବସବାସ କରୁଥିବା ୩୮ବର୍ଷୀୟ ମହିଳା ୧୭ଥର ପାଇଁ ଅନ୍ତସତ୍ତ୍ୱା ହୋଇଛନ୍ତି। ସେ ଏବେ ୧୧ଟି ପିଲାଙ୍କ ମା’ ଥିବା ଜଣାପଡ଼ିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ବିଡ ମାଜଲଗ୍ରାମର କେସାପୁର କ୍ୟାମ୍ପରେ ଲଙ୍କାବାଇ ଖରାତ ତାଙ୍କ ସ୍ୱାମୀ ମାଲୋଜି ଖରାତ ସହିତ ବସବାସ କରନ୍ତି। ଏବେ ସେ ୧୭ଥର ପାଇଁ ଅନ୍ତସତ୍ତ୍ୱା ହୋଇଛନ୍ତି। ଏହି ଘଟଣା ଶୁଣି ଏବେ ସ୍ୱାସ୍ଥ୍ୟବିଭାଗର ଏକ ଦଳ ମହିଳାଙ୍କ ଚେକ୍‌ଅପ୍‌ ପାଇଁ ଆସିଛନ୍ତି। ଲଙ୍କାବାଇ ୧୧ଟି ଶିଶୁର ମା’ ଅଟନ୍ତି। ଏଥିମଧ୍ୟରୁ ୨ଜଣ ପୁତ୍ର ଥିବା ବେଳେ ୯ ଜଣ କନ୍ୟା ସନ୍ତାନ ଅଛନ୍ତି। ଅନ୍ୟ ୫ଜଣ ଶିଶୁଙ୍କ ପ୍ରସବର କିଛି ଦିନ ପରେ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି।

publive-image

ସ୍ୱାସ୍ଥ୍ୟବିଭାଗ ଏହି ମହିଳାଙ୍କ ସିନୋଗ୍ରାଫି କରିଛନ୍ତି। ମେଡିକାଲ ରିପୋର୍ଟ ମୁତାବକ ମହିଳା ଓ ଶିଶୁ ଦୁହେଁ ସ୍ୱାସ୍ଥ୍ୟ ଅଛନ୍ତି। ଏହାପରେ ବି କୌଣସି ସମସ୍ୟାର ଯେପରି ସାମ୍ନା କରିବାକୁ ନପଡେ ସେଥିପାଇଁ ମହିଳାଙ୍କୁ ସରକାରୀ ହସ୍‌ପିଟାଲ୍‌ରେ ଭର୍ତ୍ତି ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe