‘ଗିନିଜ୍ ବୁକ୍’ ଅନୁଯାୟୀ ବିନା ଖାଦ୍ୟରେ ସର୍ବାଧିକ ଦିନ ବଞ୍ଚିପାରିଥିବା ମଣିଷ ହେଉଛନ୍ତି ଆଙ୍ଗସ୍ ବାର୍ବେରି। ୧୯୭୧ରେ ପ୍ରକାଶିତ ‘ଗିନିଜ୍ ବୁକ୍’ରେ ତାଙ୍କର ଉଲ୍ଲେଖ ଅଛି। ସେ କ୍ରମାଗତ ଭାବେ ୩୮୨ ଦିନ ଖାଦ୍ୟ ଖାଇ ନ ଥିଲେ। ଓଜନ କମାଇବା ଲକ୍ଷ୍ୟରେ ସେ ଏହି ପରୀକ୍ଷାରେ ସଫଳ ହୋଇଥିଲେ। ସେ ସ୍କଟ୍ଲାଣ୍ତ୍ର ନାଗରିକ। ସତେଇଶ ବର୍ଷର ହୋଇଥିବା ବେଳେ ଖାଦ୍ୟ ଛାଡ଼ିଥିଲେ। ସେତେ ବେଳେ ଓଜନ ଥିଲା ୨୦୬ କିଲୋଗ୍ରାମ୍। ୩୮୨ ଦିନ ଖାଦ୍ୟ ପରିତ୍ୟାଗ କରିବା ପରେ ତାଙ୍କର ଓଜନ ୮୧ କିଲୋଗ୍ରାମ୍କୁ ହ୍ରାସ ପାଇଥିଲା। ତାହା ପରେ ସ୍ବାଭାବିକ ଖାଦ୍ୟ ଖାଇବା ପରେ ଓଜନ କ୍ରମାଗତ ଭାବେ ସ୍ଥିର ରହିଥିଲା। ଲମ୍ବା ଉପବାସ କାଳରେ ତାଙ୍କ ଶରୀରର ମେଦ ହିଁ ତାଙ୍କୁ ବଞ୍ଚାଇରଖିଥିଲା। ସେହି ସମୟରେ ଦଳେ ଚିକିତ୍ସକ ନିୟମିତ ତାଙ୍କ ସ୍ବାସ୍ଥ୍ୟାବସ୍ଥା ତଦାରଖ କରୁଥିଲେ। ଉପବାସ ଭାଙ୍ଗିବା ପରେ ସେ ଗୋଟିଏ ଶିଝା ଅଣ୍ତା, ଦୁଇ ଖଣ୍ତ ପାଉଁରୁଟି ଏବ˚ ସାମାନ୍ୟ ଲହୁଣି ଖାଇଥିଲେ। ସେତେ ବେଳକୁ ସେ ସମସ୍ତ ଖାଦ୍ୟର ସ୍ବାଦ ଭୁଲିସାରିଥିଲେ।
ବିନା ଖାଦ୍ୟରେ ୩୮୨ ଦିନ ବଞ୍ଚିପାରିଥିବା ମଣିଷ ହେଉଛନ୍ତି ଆଙ୍ଗସ୍ ବାର୍ବେରି
Advertisment
Follow Us