ଇଲେକ୍ଟ୍ରିକ୍ ଭେହିକଲ୍ (ଇଭି)ର ଗ୍ରହଣୀୟତା ଦିଗରେ ଏକ ବଡ଼ ବାଧକ ହେଲା ଏହାର ବ୍ୟାଟେରି ଚାର୍ଜ କରିବା ପାଇଁ ଲାଗୁଥିବା ଦୀର୍ଘ ସମୟ। ତେବେ ଚୀନର ଇଭି କମ୍ପାନି ‘ବିଵାଇଡି’ ଏକ ନୂଆ ଚାର୍ଜିଙ୍ଗ ପ୍ଲାଟଫର୍ମ ଉନ୍ମୋଚନ କରିଛି,ଯାହାର ଚାର୍ଜିଂ ବେଗ ପ୍ରଥମ ଥର ପାଇଁ ପେଟ୍ରୋଲ ଓ ଡିଜେଲ୍ କାର୍ରେ ତେଲ ଭରିବା ସମୟର ସମକକ୍ଷ ହୋଇଥିବା ଦାବି କରିଛି। ‘ସୁପର୍ ଇ-ପ୍ଲାଟଫର୍ମ’ ଅନ୍ତର୍ଭୁକ୍ତ ଚାର୍ଜିଂ
ଷ୍ଟେସନ୍ ୧୦୦୦ କିଲୋଵାଟ୍ ବେଗରେ କାର୍ ବ୍ୟାଟେରିକୁ ଚାର୍ଜ କରିପାରିବ। ପ୍ରସିଦ୍ଧ ଆମେରିକୀୟ ଇଭି ନିର୍ମାତା ‘ଟେସ୍ଲା’ର ସଦ୍ୟତମ ‘ସୁପରଚାର୍ଜର୍’ର ସର୍ବାଧିକ (୫୦୦ କିଲୋଵାଟ୍) ଚାର୍ଜିଂ କ୍ଷମତାର ଏହା ଦୁଇଗୁଣ। ପ୍ରାରମ୍ଭିକ ଭାବେ ବିଵାଇଡିର ଦୁଇଟି ନୂଆ ମଡେଲ୍- ହାନ୍ ଏଲ୍ ସେଡାନ୍ ଓ ଟାଙ୍ଗ୍ ଏଲ୍ ଏସ୍ୟୁଭିରେ ‘ସୁପର୍ ଇ-ପ୍ଲାଟଫର୍ମ’ର ଚାର୍ଜିଂ ସୁବିଧା ମିଳିବ। ଏଥିରେ ବିଵାଇଡି ଦ୍ବାରା ବିକଶିତ ବ୍ଲେଡ୍ ବ୍ୟାଟେରି ପ୍ରଯୁକ୍ତିର ଉପଯୋଗ କରାଯିବ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us