୪୦୦ ବର୍ଷର ବରଗଛ ପାଇଁ ବଦଳିଗଲା ଜାତୀୟ ରାଜପଥର ନକ୍ସା

Advertisment
୪୦୦ ବର୍ଷର ବରଗଛ ପାଇଁ ବଦଳିଗଲା ଜାତୀୟ ରାଜପଥର ନକ୍ସା

ମୁମ୍ବାଇ: କରୋନା ଭୂତାଣୁ ମହାମାରୀ ମଧ୍ୟରେ ଭାରତ ପ୍ରକୃତି ପ୍ରତି ସମ୍ମାନର ଏକ ନିଆରା ଉଦାହରଣ ଉପସ୍ଥାପନ କରିଛି | ମହାରାଷ୍ଟ୍ରରେ ଜାତୀୟ ରାଜପଥ ନିର୍ମାଣ ସମୟରେ ଏଭଳି ଏକ ନିଷ୍ପତ୍ତି ନିଆଯାଇଛି, ଯାହାକୁ ପରିବେଶବିତ ଢେର ପ୍ରଶଂସା କରିଛନ୍ତି | ମିଳିଥିବା ସୂଚନା ମୁତାବକ ନିର୍ମାଣାଧୀନ ରତ୍ନାଗିରି-ନାଗପୁର ରାଜପଥ ନମ୍ବର ୧୬୬ ସାଙ୍ଗଲି ଜିଲ୍ଲାର ଭୋସ୍ ଗ୍ରାମ ନିକଟରେ ଯାଉଛି। ନିର୍ମାଣ ପାଇଁ ଅନେକ ସ୍ଥାନରେ ଗଛ କାଟି ରାସ୍ତା କଟାଯାଉଛି। ଯେତେବେଳେ ଗାଁର ୪୦୦ ବର୍ଷ ପୁରୁଣା ଗଛ ଏହି ରାଜପଥର ମାନଚିତ୍ର ମଧ୍ୟରେ ଆସିଲା, ସେତେବେଳେ ଏହାକୁ କାଟିବା କାମ ମଧ୍ୟ ଆରମ୍ଭ ହେଲା |


କିନ୍ତୁ ସେପଟେ, ପରିବେଶବିତମାନେ ଏହାକୁ ଦୃଢ ବିରୋଧ କରିଥିଲେ | ସାଙ୍ଗଲିର ପରିବେଶ କାର୍ଯ୍ୟକର୍ତ୍ତାମାନେ ଏହା ଜାଣିବା ପରେ ଏହାକୁ ଦୃଢ ବିରୋଧ କରିବା ସହ ରାଜ୍ୟ ପର୍ଯାବରଣ ମନ୍ତ୍ରୀ ଆଦିତ୍ୟ ଠାକରେଙ୍କ ସାହାଯ୍ୟ ଲୋଡିଥିଲେ। ଏହା ପରେ ଠାକରେ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରାଳୟ ମନ୍ତ୍ରୀ ନିତିନ ଗଡ଼କରୀଙ୍କ ସହ ଏବାବଦରେ ଆଲୋଚନା କରିଥିଲେ | ଶେଷରେ କେନ୍ଦ୍ର ମନ୍ତ୍ରୀ ନିଜ ଅଧିକାରୀମାନଙ୍କ ସହ କଥା ହୋଇ ଏହି ରାଜପଥର ନକ୍ସାକୁ କିଛି ପରିବର୍ତ୍ତନ କରିଛନ୍ତି | ଯାହା ପରେ ଏବେ ଏହି ୪୦୦ ବର୍ଷର ଗଛ ବର୍ତ୍ତିଯାଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe