ବଢୁଛି ଡେଟିଂ ଆପ୍‌ର ଚାହିଦା: ସ୍ୱାଧୀନମନସ୍କ ବିବାହିତା ମହିଳାଙ୍କ ଭିତରେ ଦେଖିବାକୁ ମିଳୁଛି ପରକୀୟା ପ୍ରତି ଆଗ୍ରହ

Advertisment
ବଢୁଛି ଡେଟିଂ ଆପ୍‌ର ଚାହିଦା: ସ୍ୱାଧୀନମନସ୍କ ବିବାହିତା ମହିଳାଙ୍କ ଭିତରେ ଦେଖିବାକୁ ମିଳୁଛି ପରକୀୟା ପ୍ରତି ଆଗ୍ରହ

Dailyhunt

ନୂଆଦିଲ୍ଳୀ: ଦେଶର ଅନ୍ୟତମ ମେଟ୍ରୋପଲିଟାନ୍‌ ସହର ବୋଲି କୁହାଯାଉଥିବା ବେଙ୍ଗାଲୁରୁ ବିଭିନ୍ନ ଦିଗରେ ଆଗୁଆ ରହି ସାରିଥିବା ବେଳେ ଏବେ ଅନ୍ୟ ଏକ ପ୍ରସଂଗରେ ବି ଢେର୍‌ ଆଗରେ। ନିକଟରେ ହୋଇଥିବା ଏକ ସର୍ଭେରୁ ଜାଣିବାକୁ ମିଳିଛି ଯେ ବେଙ୍ଗାଲୁରୁର ମହିଳାମାନେ ବେଶ୍‌ ସ୍ୱାଧୀନମନସ୍କ। ସେମାନେ ବିବାହ  ବାହାରେ ମଧ୍ୟ ସଂପର୍କ ରଖିବାରେ ବେଶ୍‌ ଆଗ୍ରହୀ।

ଭାରତରେ ଲଞ୍ଚ୍‌ କରିଥିବା ଡେଟିଂ ଆପ୍‌ ‘ଗ୍ଲିଡେନ୍‌’ ପକ୍ଷରୁ ହୋଇଥିବା ସର୍ଭେରୁ ଏହା ଜାଣିବାକୁ ମିଳିଛି। ‘ଗ୍ଲିଡେନ୍‌’ ହେଉଛି ଦେଶର ପ୍ରଥମ ଡେଟିଂ ଆପ୍‌, ଯାହାକି ପ୍ରଥମେ ମହିଳାମାନଙ୍କୁ ଟାର୍ଗେଟ କରି ହିଁ ଭାରତରେ ଲଞ୍ଚ୍‌ କରିଥିଲା।

publive-image DESIblitz

ଦେଶର ବିଭିନ୍ନାଞ୍ଚଳର ଲୋକ ଏହି ଆପ୍‌କୁ ବ୍ୟବହାର କରୁଥିବା ବେଳେ ଏହାର ଅଧିକାଂଶ ବ୍ୟବହାରକାରୀ ବେଙ୍ଗାଲୁରୁର। ବେଙ୍ଗାଲୁରୁରେ ସମୁଦାୟ ୧୩୫,୦୦୦ ଲୋକ ଏହି ଡେଟିଂ ଆପ୍‌ ସହ ଜଡ଼ିତ ବୋଲି ସର୍ଭେରୁ ଜାଣିବାକୁ ମିଳିଛି।

ସେମାନଙ୍କ ମଧ୍ୟରୁ ୪୦ ହଜାରରୁ ଊର୍ଧ୍ୱ ବ୍ୟବହାରକାରୀ ହେଉଛନ୍ତି ବେଙ୍ଗାଲୁରୁର ବିବାହିତା ମହିଳା। ତେବେ, ଜାଣିବାକୁ ମିଳିଛି ଯେ ବେଙ୍ଗାଲୁରୁର ମହିଳାମାନେ ଅନ୍ୟ ସହରର ମହିଳାଙ୍କ ଅପେକ୍ଷା ପରକୀୟା ପ୍ରୀତିରେ ବିଶେଷ ସଉକ ରଖନ୍ତି। ବେଙ୍ଗାଲୁରୁରେ ବିବାହିତା ମହିଳାମାନେ ନିଜ ମୁତାବକ ଅନ୍ୟ ଜଣେ ସାଥୀ ବାଛି ସମୟ ଅତିବାହିତ କରିବାକୁ ଇଚ୍ଛୁକ।

ବିବାହ ବାହାର ସଂପର୍କରୁ  ‘ଆନନ୍ଦ ଓ ସ୍ୱାଧୀନତା’ ଚାହୁଁ ଥିବା ମହିଳାମାନେ ନିଜକୁ ଡେଟିଂ ଆପ୍‌ ସହ ଯୋଡ଼ିଥାନ୍ତି ବୋଲି ସର୍ଭେରୁ ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe