୧୬୫୦ଜଣଙ୍କ ଜୀବନ ବଞ୍ଚାଇ ଥିବା ୪୦ବର୍ଷୀୟ ମଇଁଷି ଚରାଳି ଏବେ ହସ୍‌ପିଟାଲରେ ଜୀବନ ଓ ମୃତ୍ୟୁ ସହ କରୁଛନ୍ତି ସଂଘର୍ଷ

Advertisment
୧୬୫୦ଜଣଙ୍କ ଜୀବନ ବଞ୍ଚାଇ ଥିବା ୪୦ବର୍ଷୀୟ ମଇଁଷି ଚରାଳି ଏବେ ହସ୍‌ପିଟାଲରେ ଜୀବନ ଓ ମୃତ୍ୟୁ ସହ କରୁଛନ୍ତି ସଂଘର୍ଷ

ହରିୟାଣ: ହରିୟାଣର ଗୋତାଖୋର୍‌ ପ୍ରଗତ ସିଂହ ଏଯାବତ୍‌ କେନାଲରେ ବୁଡି ଯାଉଥିବା ପ୍ରାୟ ୧୬୫୦ଜଣଙ୍କ ଜୀବନ ବଞ୍ଚାଇ ଥିବା କୁହାଯାଉଛି। ଏଥିସହିତ କେନାଲ ଭିତରୁ ୧୧,୮୦୧ ଜଣଙ୍କ ମୃତଦେହକୁ ବାହାରକୁ ବାହାର କରିଛନ୍ତି। କେବଳ ଏତିକି ନୁହେଁ ୧୨ଟି ଭୟଙ୍କର କୁମ୍ଭୀରକୁ କେନାଲରୁ ଧରି ଅନେକଲୋକଙ୍କ ଜୀବନ ରକ୍ଷା କରିଛନ୍ତି। ସେ କେନୋଲରୁ ଏହି କୁମ୍ଭୀରକୁ ଧରି ଭୋର ସେନ୍ଦାସ୍ଥିତ କୁମ୍ଭୀର ପ୍ରଜନନ କେନ୍ଦ୍ରରେ ଛାଡ଼ି ଦେଇ ଥାଆନ୍ତି। ଏଥିପାଇଁ ତାଙ୍କୁ ୨୭୫ଥର ସମ୍ମାନୀତ ମଧ୍ୟ କରାଯାଇଛି। ଆଜି ସେ ଅର୍ଥାଭାବରୁ ଜୀବନ ଓ ମରଣ ସହ ଡାକ୍ତରଖାନାରେ ପଡ଼ି ସଂଘର୍ଷ କରୁଛନ୍ତି।

publive-image

କିଛିଦିନ ପୂର୍ବେ ଅର୍ଥାତ୍‌ ଅକ୍ଟୋବର ୨୩ରେ ପ୍ରଗତ ସିଂହ ପତ୍ନୀଙ୍କ ସହ ବାଇକ୍‌ରେ ଯାଉଥିଲେ। ରାସ୍ତାରେ ତାଙ୍କ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ଏହାପରଠାରୁ ସେ ହସ୍‌ପିଟାଲ୍‌ରେ ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ପ୍ରଗତ ମଇଁଷ ଚରାଇବା କାମ କରନ୍ତି। ଏହା ଛଡ଼ା ଅର୍ଥ ରୋଜଗାର କରିବା ପାଇଁ ତାଙ୍କ ପାଖରେ ଅନ୍ୟ କିଛି ବିକଳ୍ପ ହିଁ ନାହିଁ। ତାଙ୍କର ତିନିଟି କନ୍ୟା ସନ୍ତାନ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe