ମାଟି ଖୋଳୁ ଖୋଳୁ ଦିନମଜୁରିଆଙ୍କୁ ମିଳିଲା ଇତିହାସର ଦ୍ୱିତୀୟ ବଡ଼ ହୀରା!

ମାଟି ଖୋଳୁ ଖୋଳୁ ଦିନମଜୁରିଆଙ୍କୁ ମିଳିଲା ଇତିହାସର ଦ୍ୱିତୀୟ ବଡ଼ ହୀରା!

ରାତାରାତି ବଦଳିଗଲା ଦିନମଜୁରିଆଙ୍କ ଭାଗ୍ୟ। ମାଟି ଖୋଳୁ ଖୋଳୁ ମିଳିଲା ଇତିହାସର ଦ୍ୱିତୀୟ ବଡ଼ ହୀରା। ଏହି ହୀରାର ଓଜନ ହେଉଛି ୪୨.୫୯ କ୍ୟାରେଟ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ପନ୍ନା ସହରରେ।

publive-image

ଭାଗ୍ୟ କେତେବେଳେ କାହାକୁ କେଉଁଠି ନେଇ ପହଞ୍ଚାଇବ ତାହା ସେହି ବିଧତାକୁ ହିଁ ଜଣା। ଅକ୍ଟୋବର ୯ରେ ଦିନମଜୁରିଆ ଭାବେ କାମ କରୁଥିବା ମୋତିଲାଲଙ୍କ ଭାଗ୍ୟ ପୂରା ବଦଳି ଯାଇଥିଲା। ସେ ଏକ ହୀରା ପାଇଥିଲେ, ଯାହା ଇତିହାସର ଦ୍ୱିତୀୟ ବଡ଼ ହୀରା ବୋଲି କୁହାଯାଉଛି। ଏହାପୂର୍ବରୁ ପନ୍ନାରେ ୧୯୬୧ ମସିହାରେ ରସୁଲ ମହମ୍ମଦ ନାମକ ବ୍ୟକ୍ତିଙ୍କୁ ୪୪.୫୫ କ୍ୟାରେଟର ହୀରା ମିଳିଥିଲା।

ମଜଦୁର ମୋତିଲାଲଙ୍କ କହିବାନୁସାରେ, ପନ୍ନା ସହରରେ ପାଖାପାଖି ୮କିମି ଦୂର ପଟି ଗ୍ରାମରେ ହୀରା ଖନନ କାମ କରନ୍ତି। ଦିନେ ସେ କାମ କରୁଥିବା ସମୟରେ ତାଙ୍କୁ ଏହି ହୀରା ମିଳିଥିଲା। ପ୍ରଥମେ ସେ ଏହି ହୀରାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ, ସତରେ ହୀରା ପାଇଛନ୍ତି ବୋଲି ବିଶ୍ୱାସ କରି ପାରି ନଥିଲେ। ତା’ପରେ ତାଙ୍କ ସହ କାମ କରୁଥିବା ଅନ୍ୟ ସାଥୀଙ୍କୁ ଏହି ହୀରା ପାଇଥିବା ବିଷୟରେ ଜଣାଇଥିଲେ। ହୀରା ଯାଞ୍ଚ ପରେ ଜଣାପଡ଼ିଲା ଏହା ଇତିହାସରେ ଦ୍ୱିତୀୟ ସବୁଠାରୁ ବଡ଼ ହୀରା ବୋଲି କୁହାଯାଉଛି।

publive-image

ଏହି ହୀରାର ଓଜନ ୪୨.୫୯ କ୍ୟାରେଟ ରହିଛି। ଯାହା ଶନିବାର ଦିନ ନିଲାମ୍ ହୋଇଛି। ନିଲାମରେ ହୀରା ୨କୋଟି ୫୫ ହଜାର ଟଙ୍କାରେ ବିକ୍ରି ହୋଇଛି। ନିଲାମ ପରେ ୧୩.୫ ପ୍ରତିଶତ ରୟାଲ୍ଟି (୧୮ଲକ୍ଷ ୮୮୮ଟଙ୍କା) କାଟି ମୋତିଲାଲଙ୍କୁ ୨କୋଟି ୩୭ ଲକ୍ଷ ଟଙ୍କା ଦିଆଯାଇଥିଲା। ସେ ଏହି ଅର୍ଥ ତାଙ୍କ ପିତା-ମାତାଙ୍କ ସେବା ସହିତ ପିଲାମାନଙ୍କ ପାଠପଢ଼ାରେ ଖର୍ଚ୍ଚ କରିବେ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe