Photo-representative image
ଶ୍ରୀନଗର: ଜାମ୍ମୁ କାଶ୍ମୀରର ଜଣେ ମୁସଲମାନ ମହିଳା ହଜ୍ ତୀର୍ଥଯାତ୍ରା ପାଇଁ ସଂଚୟ କରି ରଖିଥିବା ୫ ଲକ୍ଷ ଟଙ୍କାକୁ ଆରଏସଏସ(ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ) ଅନୁବନ୍ଧିତ 'ସେବା ଭାରତୀ'କୁ ପ୍ରଦାନ କରିଛନ୍ତି | ମିଳିଥିବା ସୂଚନା ମୁତାବକ ହଜ୍ ପାଇଁ ଖଲିଦା ବେଗମ୍ ୫ ଲକ୍ଷ ଟଙ୍କା ସଞ୍ଚୟ କରିଥିଲେ | ତେବେ ଲକଡାଉନ ପାଇଁ ଖଲିଦା ତୀର୍ଥଯାତ୍ରା ପାଇଁ ଯୋଜନା ସ୍ଥଗିତ ରଖିବାକୁ ବାଧ୍ୟ ହୋଇଥିଲେ। ଏହାପରେ ସେ ନିଜର ଏହି ଜମା ଅର୍ଥରାଶିକୁ ଜମ୍ମୁ କଶ୍ମୀରର ସ୍ବେଛାସେବୀ ସଂଗଠନ ସେବା ଭାରତୀକୁ ପ୍ରଦାନ କରିଛନ୍ତି |
Photo-Representative imageଏହାକୁ ନେଇ ଆରଏସଏସ ମିଡିଆର ମୁଖ୍ୟ ଅରୁଣ ଆନନ୍ଦ କହିଛନ୍ତି ଯେ ଜାମ୍ମୁ କଶ୍ମୀରରେ ସେବା ଭାରତୀଙ୍କ ଦ୍ୱାରା କରାଯାଇଥିବା କଲ୍ୟାଣମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ ଏହି ସଂଗଠନକୁ ୫ ଲକ୍ଷ ଟଙ୍କା ଦାନ କରିବାକୁ ଖଲିଦା ବେଗମ୍ ନିଷ୍ପତ୍ତି ନେଇଛନ୍ତି |
ଖଲିଦା ଚାହୁଁଛନ୍ତି ଯେ ଏହି ଟଙ୍କା ଜାମ୍ମୁ କଶ୍ମୀରର କରୋନା ପୀଡିତ ଗରିବ ଏବଂ ଅସହାୟ ଲୋକଙ୍କ ପାଇଁ ସମାଜ ସେବା ସଂଗଠନ ସେବା ଭାରତୀ ଦ୍ୱାରା ବ୍ୟବହାର କରାଯାଉ। ଏଠାରେ ସୂଚନା ଥାଉ କି ମୁସଲମାନମାନଙ୍କର ପବିତ୍ର ସହର ସାଉଦି ଆରବର ମକ୍କାକୁ ବାର୍ଷିକ ଇସଲାମ ତୀର୍ଥଯାତ୍ରା ପାଇଁ ଖଲିଦା ଯୋଜନା କରିଥିଲେ | ଯେଉଁଥିପାଇଁ ସେ ଟଙ୍କା ସଂଚୟ କରିଥିଲେ |
Follow Us