ଗ୍ରୀନ କରିଡରରେ ଛାତ୍ରଙ୍କୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇଲେ ପୁଲିସ ଅଧିକାରୀ

ଗ୍ରୀନ କରିଡରରେ ଛାତ୍ରଙ୍କୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇଲେ ପୁଲିସ ଅଧିକାରୀ

News18

ନୂଆଦିଲ୍ଲୀ: ପୁଲିସ ସାଧାରଣ ଲୋକଙ୍କ ସେବା ପାଇଁ ରହିଛି। ଏହାକୁ କୋଲକାତା ପୁଲିସ ପ୍ରମାଣ ବି କରି ଦେଖାଇଛି। ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଛି। ଏହି ଫଟୋକୁ କୋଲକାତା ପୁଲିସ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ସେୟାର କରିଛି।

ପ୍ରାପ୍ତ ସୂଚନା ଅନୁସାରେ, ଜଣେ ଛାତ୍ରଙ୍କ ପରୀକ୍ଷାକେନ୍ଦ୍ରରେ ପହଞ୍ଚିବା ପାଇଁ ବିଳମ୍ବ ହୋଇଯାଉଥିଲା। ଏହି ଛାତ୍ରଙ୍କ ଏଭଳି ଅସୁବିଧା ସମୟରେ ଜଣେ ପୁଲିସ କର୍ମଚାରୀ ଦେବଦୂତ ସାଜି ପହଞ୍ଚିଥିଲେ। । ଆଉ ଛାତ୍ରଙ୍କୁ ଉଚିତ ସମୟରେ ପରୀକ୍ଷା କେନ୍ଦ୍ରରେ ନେଇ ପହଞ୍ଚାଇ ଦେଇଥିଲେ।

ଉକ୍ତ ଘଟଣାଟି କୋଲକାତାର ଶ୍ୟାମବଜାରରେ ଘଟିଛି। ତେବେ ଛାତ୍ରଙ୍କ ପାଖରେ ଦେବଦୂତ ସାଜି ପହଞ୍ଚିଥିବା ପୁଲିସ ଅଧିକାରୀଙ୍କ ନାମ ପ୍ରସନ୍ନଜିତ ଚାଟର୍ଜି ବୋଲି ଜଣାପଡ଼ିଛି। ପ୍ରସନ୍ନଜିତ ଚାଟର୍ଜି ଛାତ୍ରଙ୍କୁ ଗ୍ରୀନ କରିଡରରେ ପରୀକ୍ଷାସ୍ଥଳରେ ପହଞ୍ଚାଇଥିଲେ।

ଏହି ଘଟଣା ସୋସିଆଲ ମିଡିଆରେ ଭାରରାଲ ହେବାପରେ ଲୋକେ ଉକ୍ତ ପୁଲିସ ଅଧିକାରୀଙ୍କ ଏଭଳି କାମ ପାଇଁ ଭୁରିଭୁରି ପ୍ରଶଂସା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe