ସାର ମୋ ବାପାଙ୍କୁ ଯଥା ଶୀଘ୍ର ଗିରଫ କରି ଜେଲରେ ରଖନ୍ତୁ

Advertisment
ସାର ମୋ ବାପାଙ୍କୁ ଯଥା ଶୀଘ୍ର ଗିରଫ କରି ଜେଲରେ ରଖନ୍ତୁ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଧାରା ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଭାଇରାଲ ଭିଡିଓରେ ଜଣେ ୫ବର୍ଷର ଶିଶୁକୁ ପୁଲିସ ଷ୍ଟେସନରେ ପହଞ୍ଚିଥିବା ଦେଖିବାକୁ ମିଳୁଛି। ପୁଲିସ ଷ୍ଟେସନରେ ଶିଶୁ ଜଣକ ପହଞ୍ଚି ତାର ବାପାଙ୍କ ବିରୋଧରେ ଅଭିଯୋଗ କରିବା ସହିତ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଶିଶୁର ଅଭିଯୋଗ ଶୁଣି ପୁଲିସ ବାବୁ ବି ଚକିତ ହୋଇଯାଇଛନ୍ତି।

ଶିଶୁ ଜଣକ ଥାନାରେ ପହଞ୍ଚି ନିଜର ନାମ ହସନୈନ ବୋଲି କହି କହିଥିଲା, ‘ସାର ମୋ ବାପା ଇକବାଲ ମୋତେ ରାସ୍ତାରେ ବୁଲିବାକୁ ଦେଉ ନାହାନ୍ତି। ନଦୀ କୂଳକୁ ଯିବାକୁ ସର୍ବଦା ବାରଣ କରୁଛନ୍ତି। ବେଶୀ ସମୟ ଟିଭି ଦେଖିଲେ ଗାଳି କରୁଛନ୍ତି। ମୋର ଆପଣଙ୍କୁ ଅନୁରୋଧ ତାଙ୍କୁ ଯଥାଶୀଘ୍ର ଜେଲରେ ବନ୍ଦୀ କରାଯାଉ।

ଶିଶୁର ଏଭଳି ଅଭିଯୋଗ ପରେ ଇକବାଲଙ୍କୁ ରାସ୍ତାରେ ଲୋକେ ଦେଖିଲେ ସାର୍ଟ ପୁଅର ବାପା ବୋଲି ପ୍ରଶଂସା କରୁଛନ୍ତି। ଏଥିସହିତ କୁନି ପୁଅକୁ ଦେଖିଲେ ଲୋକେ ତା ସହିତ ଫଟୋ ଉଠାଉଛନ୍ତି। ଥାନାରେ ପୁଅର ଏଭଳି ଅଭିଯୋଗର ଭିଡିଓକୁ ଲୋକେ ପ୍ରଶଂସା କରିବା ସହିତ ନିଜନିଜ ଆକାଉଣ୍ଟରେ ସେୟାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe