୫ବର୍ଷ ଶିଶୁର ଓଜନକୁ ଦେଖି ଚିନ୍ତାରେ ମା’, କ’ଣ କରିବେ କିଛି ବୁଝି ପାରୁ ନାହାନ୍ତି

Advertisment
୫ବର୍ଷ ଶିଶୁର ଓଜନକୁ ଦେଖି ଚିନ୍ତାରେ ମା’, କ’ଣ କରିବେ କିଛି ବୁଝି ପାରୁ ନାହାନ୍ତି

ନୂଆଦିଲ୍ଲୀ: ୫ବର୍ଷର ଜଣେ କୁନି ଶିଶୁର ଓଜନ ୪୫କିଲୋରେ ପହଞ୍ଚି ଯାଇଛି। ଶିଶୁ ଜଣକ ଯେତିକି ଖାଦ୍ୟ ଖାଇବା କଥା ତା’ଠାରୁ ଅଧିକ ଖାଦ୍ୟ ଖାଉଥିବା କୁହାଯାଉଛି। ସେ ଯେତେ ବି ଖାଇଲେ ତାକୁ ଭୋକ ଲାଗିଥାଏ, ସେ ପୁଣିଥରେ ଖାଇବାକୁ ଖୋଜିଥାଏ। ଏଥିପାଇଁ ଶିଶୁର ମା’ ଚିନ୍ତାରେ ରହିବା ସହିତ କ’ଣ କରିବେ କିଛି ବୁଝି ପାରୁ ନାହାନ୍ତି। ଶେଷରେ ସେ ବାଧ୍ୟ ହୋଇ ରୋଷେଇ ଘରେ  ତାଲା ପକାଇ ଦେଇଛନ୍ତି। ଯାହାଫଳରେ ଶିଶୁ ଅଧିକ ଖାଦ୍ୟ ଖାଇ ପାରିବ ନାହିଁ ବୋଲି କହିଛନ୍ତି ମା’।

ତେବେ ଶିଶୁର ଓଜନ ବୟସ ତୁଳନାରେ ଏତେ ବଢ଼ିବାର କାରଣକୁ ନେଇ ଡାକ୍ତର କହିଛନ୍ତି, ବ୍ରିଟେନରେ ରହୁଥିବା ୨୫ବର୍ଷର ହାଲି ବିଲିୟମ୍ସଙ୍କ ଝିଅ ହା‌ର୍ଲୋ ଏକ ଦୁର୍ଲଭ ରୋଗରେ ପୀଡିତ ଅଛନ୍ତି। ଏହି ରୋଗର ନାମ ପ୍ରେଡର ବିଲି ସିଣ୍ଡ୍ରୋମ ରହିଛି। ଏହି କାରଣରୁ ୫ବର୍ଷର ହାର୍ଲୋଙ୍କ ପାଖାପାଖି ୪୫କିଲୋ ଓଜନ ହୋଇଯାଇଛି। ହାର୍ଲୋ ସବୁସମୟରେ ଭୋକିଲା ରହିଥାଆନ୍ତି।  ଯେତେବେଳେ ବି ସେ କୌଣସି ଖାଦ୍ୟକୁ ଦେଖି ଥାଆନ୍ତି ତୁରନ୍ତ ତାହାକୁ ଖାଇ ଦେଇଥାଆନ୍ତି।

ଡାକ୍ତରଙ୍କ ପରାମର୍ଶ କ୍ରମେ ଝିଅ ଯେମିତି ଅଧିକ ନଖାଏ, ସେଥିପାଇଁ ମା’ ରୋଷେଇ ଘରେ ତାଲା ପକାଇ ଦେଇଛନ୍ତି। ଯେମିତି ଯେମିତି ବୟସ ବଢ଼ିବ ସେ ଝିଅ ଉପରେ ଆହୁରି ପ୍ରତିବନ୍ଧକ ଲଗାଇବେ ବୋଲି କହିଛନ୍ତି।  ଜନ୍ମ ହେବାର ୬ମାସ ପରେ ଝିଅର ଏହି ରୋଗ ସମ୍ପର୍କରେ ସୂଚନା ମିଳିଥିଲା।

ବିଶେଷଜ୍ଞଙ୍କ ଅନୁସାରେ, ଏହି ରୋଗ ଏକ ବଂଶଗତ ରୋଗ ବୋଲି କୁହାଯାଉଛି। ବ୍ରିଟେନରେ ଜନ୍ମ ହେଉଥିବା ୧୫ହଜାର ଶିଶୁଙ୍କ ମଧ୍ୟରୁ ଜଣଙ୍କ ଶରୀରରେ ଏଭଳି ରୋଗ ଚିହ୍ନଟ ହୋଇଥାଏ। ଏହାର ଏପର୍ଯ୍ୟନ୍ତ କୌଣସି ଚିକିତ୍ସା ପ୍ରଦ୍ଧତ ବାହାରି ନାହିଁ। କେବଳ ସାବଧାନତା ଅବଲମ୍ବନ କରିବା ଦ୍ବାରା ଏହି ରୋଗକୁ ଭଲ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe