ବ୍ୟକ୍ତି ଜଣକ ନିଜ ଘର ଛାତରେ ଫଳାଇଲେ ୫୦ କିଲୋ ଚାଉଳ!

Advertisment
ବ୍ୟକ୍ତି ଜଣକ ନିଜ ଘର ଛାତରେ ଫଳାଇଲେ ୫୦ କିଲୋ ଚାଉଳ!

ସ୍ୱଳ୍ପ ଜମି ଥିବା ଲୋକଙ୍କ ପାଇଁ ଏହା ଏକ ଉଦାହରଣ। କୌଣସି ବି ସମସ୍ୟା ହେଉ ପଛେ ତାହାର ସମାଧାନ ନିଶ୍ଚୟ ଅଛି। ମାଙ୍ଗାଲୁରୁର ଏହି ସରକାରୀ ଚାକିରିଆ ଜଣକ ତାଙ୍କର ୧୨୦୦ ସ୍କ୍ଵୟାର୍‌ ଫୁଟ୍‌ ଛାତ ଉପରେ ପ୍ରାୟ ୫ ବର୍ଷ ହେବ ଧାନ ଚାଷ କରି ଆଦର୍ଶ ପାଲଟିଛନ୍ତି।

ବ୍ୟକ୍ତି ଜଣକ ଛାତ ଉପରେ ଚାଷ କରିବା ପାଇଁ ‘ଗ୍ରୋ ବ୍ୟାଗ୍‌’ ବ୍ୟବହାର କରିଥାନ୍ତି। ଏହି ବ୍ୟାଗ୍‌ରେ ମାଟି, ଗୋବର ଓ ବାଲିର ମିଶ୍ରଣ ରଖାଯାଇଥାଏ। ଏଥିରେ ସେ ଖୁବ୍‌ କମ୍‌ ପାଣି ଦେଇ ଚାଷ କରିଥାନ୍ତି। କେବଳ ଧାନ ନୁହେଁ ବରଂ ତେନ୍ତୁଳି, ସଜନା ଛୁଇଁ, ବିଲାତି ବାଇଗଣ ଆଦି ବିଭିନ୍ନ ଚାଷ କରିଥାନ୍ତି। ଗତ ବର୍ଷ ସେ ତାଙ୍କ ଛାତ୍ରରେ ୮ କୋଲି ତେନ୍ତୁଳି ଅମଳ କରିଥିଲେ। ଚଳିତ ବର୍ଷ ୫୦ କିଲୋ ଚାଉଳ ଅମଳ କରିଛନ୍ତି।

ସେ ଅମଳ କରୁଥିବା ସମସ୍ତ ଫସଲକୁ ନିଜେ ଖାଆନ୍ତି ଏବଂ ସଂପର୍କୀୟଙ୍କ ମଧ୍ୟରେ ବାଣ୍ଟନ୍ତି। ଏହି ଫସଲ ବିକ୍ରି କରି ସେ ଅର୍ଥ କମାନ୍ତି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe