କ୍ଷୀର ଦେବାରେ ବିଶ୍ୱ ରେକର୍ଡ କରିଥିବା ମଇଁଷିକୁ ଏହି କାରଣରୁ ମାଲିକ ୫୧ଲକ୍ଷ ଟଙ୍କାରେ ବିକ୍ରି କରି ଦେଲେ

Advertisment
କ୍ଷୀର ଦେବାରେ ବିଶ୍ୱ ରେକର୍ଡ କରିଥିବା ମଇଁଷିକୁ ଏହି କାରଣରୁ ମାଲିକ ୫୧ଲକ୍ଷ ଟଙ୍କାରେ ବିକ୍ରି କରି ଦେଲେ

ନୂଆଦିଲ୍ଲୀ: କ୍ଷୀର ଦେବାରେ ବିଶ୍ୱ ରେକର୍ଡ କରିଥିବା ମଇଁଷି ସ୍ୱରସ୍ୱତୀକୁ ୫୧ଲକ୍ଷ ଟଙ୍କାରେ ମାଲିକ ବିକ୍ରି କରି ଦେଇଛନ୍ତି।

ପେସାରେ ଚାଷୀ ସୁଖବୀରଙ୍କ କହିବାନୁସାରେ, ସେ ତାଙ୍କ ମଇଁଷିକୁ ବିକ୍ରି କରିବାର ନିଷ୍ପତ୍ତି ଏଥିପାଇଁ ନେଇଥିଲେ, କାରଣ ତାଙ୍କୁ ସ୍ୱରସ୍ୱତୀ ଚୋରି ହୋଇଯିବାର ଭୟ ସବୁବେଳେ ରହୁଥିଲା। ଯେଉଁଥିପାଇଁ ସେ ଶାନ୍ତିରେ ରହି ପାରୁ ନଥିଲେ। ତେଣୁ ସେ ନିଜ ମଇଁଷିକୁ ବିକ୍ରି ଦେବା ଠିକ୍‌ ଭାବିଥିଲେ।

ସ୍ୱରସ୍ୱତୀ ନାମକ ଏହି ମଇଁଷି ସେହି ସମୟରେ ଚର୍ଚ୍ଚାକୁ ଆସିଥିଲା ଯେତେବେଳେ ସେ ୩୩.୧୩୧କିଲୋଗ୍ରାମ୍‌ କ୍ଷୀର ଦେଇ ବିଶ୍ୱ ରେକର୍ଡ କରିଥିଲା। ସ୍ୱରସ୍ୱତୀ ୩୨,୦୫୦ କିଲୋଗ୍ରାମ୍‌ କ୍ଷୀର ଦେଉଥିବା ପାକିସ୍ତାନ ମଇଁଷିକୁ ପ୍ରତିଯୋଗିତାରେ ହରାଇ ପ୍ରଥମସ୍ଥାନ ଅଧିକାର କରିଥିଲା। କେବଳ ଏତିକି ନୁହେଁ, ମଇଁଷିର ମାଲିକ ସୁଖବୀରଙ୍କୁ ଏଥିପାଇଁ ୧ଲକ୍ଷ ଟଙ୍କାର ପୁରସ୍କାର ବି ଦିଆଯାଇଥିଲା।

publive-image https://aajtak.intoday.in/

ପ୍ରକାଶିତ ରିପୋର୍ଟ ମୁତାବକ, ପାଖାପାଖି ଚାରିବର୍ଷ ପୂର୍ବେ ଚାଷୀ ସୁଖବୀର ସ୍ୱରସ୍ୱତୀକୁ ବରବଲାର ଖୋଖା ଗ୍ରାମରେ ରହୁଥିବା ଜଣେ ଚାଷୀଙ୍କ ଠାରୁ କିଣିଥିଲେ। ଏହାପରେ ସୁଖବୀର ସ୍ୱରସ୍ୱତୀକୁ ଘରକୁ ନେଇ ଆସିଥିଲେ। ସ୍ୱରସ୍ୱତୀର କ୍ଷୀର ବିକ୍ରି କରି ସୁଖବୀର ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବା ଜଣାପଡ଼ିଛି।

ସ୍ୱରସ୍ୱତୀ ବିଶ୍ୱ ରେକର୍ଡ କରିଥିବା ମଇଁଷି। ଏଥିପାଇଁ ସ୍ୱରସ୍ୱତୀକୁ ବିକ୍ରି କରିବା ପାଇଁ ଏକ ସମାରୋହ ଆୟୋଜନ କରାଯାଇ, ଅନେକ ଚାଷୀଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହି ସମାରୋହରେ ରାଜସ୍ଥାନ, ଉତ୍ତରପ୍ରଦେଶ, ପଞ୍ଜାବରୁ ପାଖାପାଖି ୭୦୦ଜଣ ଚାଷୀ ସାମିଲ ହୋଇଥିଲେ। ସ୍ୱରସ୍ୱତୀକୁ ନେବା ପାଇଁ ସବୁଠାରୁ ଅଧିକ ବୋଲି ଲଗାଇଥିବା ଚାଷୀ ଲୁଧିୟାନାରେ ବସବାସ କରନ୍ତି। ତାଙ୍କର ନାମ ପବିତ୍ର ସିଂହ। ସେ ସ୍ୱରସ୍ୱତୀକୁ ୫୧ଲକ୍ଷ ଟଙ୍କାରେ କିଣି ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe