୨୦ରୁ ୨୫ ବର୍ଷ ବୟସ ମଧ୍ୟରେ ଥିବା ଯୁବକଙ୍କୁ ଡେଟ୍‌ କରିବାକୁ ପସନ୍ଦ କରୁଛନ୍ତି ଏହି ୫୨ ବର୍ଷୀୟା ମହିଳା

୨୦ରୁ ୨୫ ବର୍ଷ ବୟସ ମଧ୍ୟରେ ଥିବା ଯୁବକଙ୍କୁ ଡେଟ୍‌ କରିବାକୁ ପସନ୍ଦ କରୁଛନ୍ତି ଏହି ୫୨ ବର୍ଷୀୟା ମହିଳା

www.aajtak.in

ନୂଆଦିଲ୍ଳୀ: କଥାରେ ଅଛି ପ୍ରେମ ପାଇଁ ବୟସ ଲୋଡ଼ା ନଥାଏ। ଏବେ ଜଣେ ୫୨ ବର୍ଷୀୟା ମହିଳା ନିଜ ସଂପର୍କକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ମହିଳାଙ୍କୁ କମ୍‌ ବୟସର ଯୁବକଙ୍କ ସହ ବୁଲିବା, ପାର୍ଟି କରିବା ଖୁବ୍ ପସନ୍ଦ। ନିକଟ‌ରେ ସେ ଏକ ଭିଡିଓ ଜାରି କରି କହିଛନ୍ତି ଯେ ତାଙ୍କୁ ଏବେ ଜଣେ ନୂଆ ପୁରୁଷ ବନ୍ଧୁଙ୍କର ଆବଶ୍ୟକତା ରହିଛି। ତାଙ୍କର ଏପରି ଏକ ଘୋଷଣା ପାଇଁ ଯଦିଓ ତାଙ୍କୁ ବହୁ ସମାଲୋଚନାକୁ ସାମ୍ନା କରିବାକୁ ପଡୁଛି, ମାତ୍ର ସେ ଏହାକୁ ଆଦୌ ବି ଖାତିର କରୁନାହାନ୍ତି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଆମେରିକାର ଫ୍ଲୋରିଡା‌ର ବାସିନ୍ଦା ପାଟ୍‌ସି ମେନ୍ନୁତି ଟିକ୍‌ଟକ୍‌ରେ ବେଶ୍‌ ଲୋକପ୍ରିୟ। ପୂର୍ବରୁ ସେ ତାଙ୍କର ଏକ ଭିଡିଓରେ ନିଜର ୨୦ ବର୍ଷୀୟ ପୁରୁଷ ବନ୍ଧୁଙ୍କୁ ପରିଚିତ କରାଇଥିଲେ। ସେ ସମୟରେ ବି ତାଙ୍କୁ ଅନେକ କଥା ଶୁଣିବାକୁ ମିଳିଥିଲା।

ସେ କହନ୍ତିି କି ନିଜଠାରୁ କମ୍‌ ବୟସ ପିଲାଙ୍କୁ ଡେଟ୍‌ କରିବାରେ ତାଙ୍କୁ ଆ‌ଦୌ ବି ଲାଜ ଲାଗେ ନାହିଁ। ୨୦ରୁ ୨୫ ବର୍ଷ ବୟସ ମଧ୍ୟରେ ଥିବା ଯୁବକଙ୍କ ସହ ସଂପର୍କ ବନାଇବା ତାଙ୍କୁ ଖୁବ୍ ପସନ୍ଦ ବୋଲି ସେ କହିଛନ୍ତି। ଥରେ ସେ କିଛି କଲେଜ୍‌ ପଢୁଆ ଯୁବକଙ୍କ ସହ ପାର୍ଟି କରୁଥିବାର ଦେଖିବାକୁ ମିଳିଥିଲା। ସେ ସମୟ‌ର ଭିଡିଓକୁ ମହିଳା ନିଜେ ତାଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ରେ ସେୟାର୍‌ କରିଥିଲେ।

ସେ ନିଜେ କହିଛନ୍ତି ଯେ ତାଙ୍କୁ ଡେଟିଂ ଆପ୍‌ ଟିଣ୍ଡର୍‌ ୪ ଥର ବ୍ଲକ୍‌ କରି ସାରିଲାଣି। ପ୍ରଥମରୁ ଲୋକଙ୍କୁ ସେ ଓ ତାଙ୍କ ଆଇଡି ନକଲି ଲାଗୁଥିଲା। ମାତ୍ର ସେ ସ୍ପଷ୍ଟ କରିଛନ୍ତି ଯେ ଏହା ତାଙ୍କର ଅସଲି ଆଇଡି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe