ଜନ୍ମ ହେବାର ଦୁଇ ମାସ ପରେ ହୋଇଥିଲା ଓପନ ହାର୍ଟ ସର୍ଜରି, ଏବେ ଖୁବ ସହଜରେ କରୋନାକୁ ହରାଇଲା ୬ମାସର ଶିଶୁ

Advertisment
ଜନ୍ମ ହେବାର ଦୁଇ ମାସ ପରେ ହୋଇଥିଲା ଓପନ ହାର୍ଟ ସର୍ଜରି, ଏବେ ଖୁବ ସହଜରେ କରୋନାକୁ ହରାଇଲା ୬ମାସର ଶିଶୁ

Kidspot

ନୂଆଦିଲ୍ଲୀ: ବ୍ରିଟେନର ଜଣେ ୬ମାସର ଶିଶୁ ଦୁଇ ସପ୍ତାହ ମଧ୍ୟରେ କରୋନାଭାଇରସକୁ ପରାସ୍ତ କରିଥିବାରୁ ଏବେ ଶିଶୁଟିକୁ ଲୋକେ 'ଚମତ୍କାର ଶିଶୁ' ବୋଲି କହିବା ଆରମ୍ଭ କରିଛନ୍ତି । ‘ଦ ସନ୍’ ପତ୍ରିକା ଅନୁଯାୟୀ, ଜନ୍ମର ମାତ୍ର ଦୁଇ ମାସ ପରେ ଏରିନ୍ ବେଟ୍ସର ଗତ ବର୍ଷ ଡିସେମ୍ବରରେ ଓପନ ହାର୍ଟ ସର୍ଜରୀ କରାଯାଇଥିଲା । ଏପ୍ରିଲରେ ସେ କରୋନା ଆକ୍ରାନ୍ତ ହୋଇଥିବା ଜଣା ପଡ଼ିବା ପରେ ତାକୁ ଲିଭରପୁଲର ଆଲଡର୍ ହେ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ କିଛି ଦିନ ଧରି ଏରିନର ଚିକିତ୍ସା ଚାଲିବା ପରେ ରବିବାର ସେ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି। |

ବର୍ତ୍ତମାନ ଏରିନର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମୟର ଫଟୋ ଖୁବ ଭାଇରଲ ହେବାରେ ଲାଗିଛି |
ଫଟୋରେ ଏରିନର ନାକରେ ଅମ୍ଳଜାନ ପାଇପ ଲାଗିଥିବାର ଦେଖା ଯାଇଛି | ଏରିନଙ୍କ ଏଭଳି ଫଟୋ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି | ଏତେ କାମ ବୟସରେ ଓପନ ହାର୍ଟ ସର୍ଜରୀ ହେବା ଏବଂ ପରେ କରୋନା ଭଳି ମହାମାରୀଙ୍କୁ ହରାଇ ପାରିଥିବାରୁ ଲୋକେ ଏରିନକୁ 'ଚମତ୍କାର ଶିଶୁ' କହିବା ଆରମ୍ଭ କରିଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe