ବଡ଼ ଆଶ୍ଚର୍ଯ୍ୟ: ୧୫ବର୍ଷ ହେବ ‌କୌଣସି ଅଣ୍ଡିରା ଅଜଗର ସଂସ୍ପର୍ଶ ନଆସି ଦୁନିଆର ସବୁଠାରୁ ବୟସ୍କା ଅଜଗର ଦେଲା ଅଣ୍ଡା

Advertisment
ବଡ଼ ଆଶ୍ଚର୍ଯ୍ୟ: ୧୫ବର୍ଷ ହେବ ‌କୌଣସି ଅଣ୍ଡିରା ଅଜଗର ସଂସ୍ପର୍ଶ ନଆସି ଦୁନିଆର ସବୁଠାରୁ ବୟସ୍କା ଅଜଗର ଦେଲା ଅଣ୍ଡା

oneindia.com

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଭାଇରାଲ ହେବାରେ ଲାଗିଛି। ମିସୋରିର ସେଣ୍ଟ ଲୁଇସର ଏକ ଚିଡ଼ିଆଖାନାରେ ୬୨ ବର୍ଷ ବୟସର ଏକ ମାଈ ଅଜଗର ସାତଟି ଅଣ୍ଡା ଦେଇଛି। ତେବେ ଏହାକୁ ଦେଖି ଚିଡ଼ିଆଖାନାର କର୍ମକର୍ତ୍ତା ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। କାରଣ, ଏହି ଅଜଗର ୧୫ ବର୍ଷ ହେବ କୌଣସି ଅଣ୍ଡିରା ଅଜଗର ସଂସ୍ପର୍ଶରେ ଆସି ନାହିଁ। କେବଳ ଏତିକି ନୁହେଁ ଏହି ସାପଟି ଦୁନିଆର ସବୁଠାରୁ ବୟସ୍କ ଅଜଗର ବୋଲି କୁହାଯାଉଛି।

ଚିଡିଆଖାନା ମ୍ୟାନେଜର ମାର୍କ ଓ୍ବାନର କହିଛନ୍ତି ଯଦିଓ ଏ ଘଟଣା ଅଜବ; ମାତ୍ର ଅଣ୍ଡିରା ଅଜଗର ବିନା ମାଇ ଅଜଗର ଛୁଆ ଜନ୍ମ ଆଦୌ ଆଶ୍ଚର୍ଯ୍ୟଜନକ ନୁହେଁ। କୋମୋଡୋ ଡ୍ରାଗନ ଓ ରାଟଲସ୍ନେକ୍ ଭଳି କିଛି ପ୍ରଜାତି ସେକ୍ସ ବିନା ଛୁଆ ଜନ୍ମ କରିଥାଆନ୍ତି।
ଏହି ମାଈ ଅଜଗରକୁ ୧୯୬୧ରେ ଚିଡ଼ିଆଖାନାକୁ ଅଣାଯାଇଥିଲା। ୨୦୦୯ରେ ମଧ୍ୟ ସେ ଅଣ୍ଡା ଦେଇଥିଲା କିନ୍ତୁ ତାହା ନଷ୍ଟ ହୋଇଯାଇଥିଲା। ଆଶ୍ଚର୍ଯ୍ୟର ବିଷୟ ଏମାନେ ୬ ବର୍ଷ ବୟସରୁ ଅଣ୍ଡା ଦେବା ଆରମ୍ଭ କରନ୍ତି ଓ ୬୦ ବର୍ଷ ବୟସରେ ଅଣ୍ଡା ଦେବା ବନ୍ଦ କରି ଦିଅନ୍ତି।

अफ्रीका में पाए जाते हैं ऐसे सरीसृप oneindia.com

ଏହି ପୋଷ୍ଟଟକୁ ସେପ୍ଟେମ୍ବର ୮ ରେ ଫେସବୁକରେ ସେୟାର କରାଯାଇଥିଲା, ଏପର୍ଯ୍ୟନ୍ତ ଏହି ଭିଡିଓକୁ ୩ ଲକ୍ଷରୁ ଅଧିକ ଥର ଦେଖାଯାଇଥିବାବେଳେ ୪ ହଜାରରୁ ଅଧିକ ଲୋକ ଏହି ଭିଡିଓକୁ ସେୟାର ବି କରିଛନ୍ତି। କେବଳ ଏତିକି ନୁହେଁ, ୭ ହଜାରରୁ ଅଧିକ ପ୍ରତିକ୍ରିୟା ବି ଆସିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe