୪୦ ବର୍ଷ ସାନ ମଡେଲ୍‌ଙ୍କୁ ପ୍ରେମ କରି ବସିଲେ ୬୨ ବର୍ଷୀୟ ବୃଦ୍ଧ, ଅସନ୍ତୋଷ ପ୍ରକାଶ କଲେ ଝିଅ

Advertisment
୪୦ ବର୍ଷ ସାନ ମଡେଲ୍‌ଙ୍କୁ ପ୍ରେମ କରି ବସିଲେ ୬୨ ବର୍ଷୀୟ ବୃଦ୍ଧ, ଅସନ୍ତୋଷ ପ୍ରକାଶ କଲେ ଝିଅ

www.aajtak.in

ନୂଆଦିଲ୍ଳୀ: ନିଜଠାରୁ ପ୍ରାୟ ୪୦ ବର୍ଷ ସାନ ଜଣେ ଝିଅକୁ ଡେଟ୍‌ କରି ଚର୍ଚ୍ଚା ପାଲଟିଛନ୍ତି ଜଣେ ବୟସ୍କ ବ୍ୟକ୍ତି। ବ୍ୟକ୍ତିଙ୍କ ବୟସ ୬୨ ବର୍ଷ। ସେ ହେଉଛନ୍ତି ବୃତ୍ତିଗତ ଭାବେ ଜଣେ ବ୍ଲାକ୍‌ଜ୍ୟାକ୍‌ ଖେଳାଳି। ତାଙ୍କ ନାଁ ଡେବିଡ୍‌ ସିମୋନିନି। ଡେବିଡ୍‌ଙ୍କ ସାକ୍ଷାତ ଯେତେବେଳେ ୨୩ ବର୍ଷୀୟ ମଡେଲ୍‌ ତଥା ଅଭିନେତ୍ରୀ ବିଲୋ ସିଲାସଙ୍କ ସହ ହେଲା ସେ ପ୍ରଥମ ଦେଖାରେ ହିଁ ତାଙ୍କୁ ପ୍ରେମ କରି ବସିଲେ।

ଆମେରିକାର ଉତ୍ତର କରୋଲିନାର ବାସିନ୍ଦା ବିଲୋଙ୍କର ଡେବିଡ୍‌ଙ୍କ ସହ ଚଳିତବର୍ଷ ଫେବ୍ରୁଆରି ମାସରେ ସାକ୍ଷାତ୍‌ ହୋଇଥିଲା। ଏହି ଅଳ୍ପ କିଛି ମାସର ଦେଖାସାକ୍ଷାତ ଭିତରେ ଡେବିଡ୍‌ ବିଲୋଙ୍କୁ ଏକ ମର୍ସିଡିଜ୍‌ ଏଏମ୍‌ଜି ଉପହାର ଆକାରରେ ଦେଇଛନ୍ତି।

ଗଣମାଧ୍ୟମରେ ସାକ୍ଷାତ୍‌କାର ସମୟରେ ଡେବିଡ୍‌ ନିଜଠାରୁ ୪୦ ବର୍ଷ ସାନ ତାଙ୍କ ପ୍ରେମିକାଙ୍କ ବିଷୟରେ କହିଛନ୍ତି। ସେ କହିଛନ୍ତି, ‘ମୁଁ ୬୨ ବର୍ଷର ଅଟେ। ମାତ୍ର ଏବେ ବି ୩୦ ବର୍ଷ ବା ତା’ଠାରୁ ସାନ ପିଲାଙ୍କ ପରି ବ୍ୟବହାର କରେ। ମୁଁ ଦିନରେ ୩ ଥର ୱାର୍କଆଉଟ୍‌ କରେ। ମୁଁ ପ୍ରତ୍ୟେକ ଦିନକୁ ଏପରି କାଟେ ଯେପରି ଏହି ଦିନ ମୋ ଜୀବନର ଶେଷ ଦିନ।’

ଯେବେ ଡେବିଡ୍‌ଙ୍କୁ ପଚାରାଗଲା ତାଙ୍କୁ ତାଙ୍କ ୨୩ ବର୍ଷୀୟା ପ୍ରେକିକାଙ୍କର କେଉଁ ଗୁଣ ବେଶି ଭଲ ଲାଗେ ବୋଲି ସେ ଉତ୍ତର ଦେଇ କହିଛନ୍ତି, ‘ପ୍ରଥମେ ତ ମୁଁ ତାଙ୍କ ସୌନ୍ଦର୍ଯ୍ୟ ଦେଖି ତାଙ୍କ ଆଡ଼େ ଆକୃଷ୍ଟ ହୋଇଥିଲି। ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ ଜାଣିବାକୁ ପାଇଲି ଯେ ତାଙ୍କ ବାହାର ସୁନ୍ଦରତା ଠାରୁ ଭିତରର ସୌନ୍ଦର୍ଯ୍ୟ ଅଧିକ।’ ତେବେ ଡେବିଡ୍‌ଙ୍କ ଏହି ପ୍ରେମ ସଂପର୍କରେ ତଙ୍କ ଝିଅ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe