ଜନ୍ମଦିନକୁ ସ୍ମରଣୀୟ କରିବା ଲକ୍ଷ୍ୟରେ ୭ ଘଣ୍ଟା ୩୨ ମିନିଟ୍‌ରେ ୬୨.୪ କିଲୋମିଟର ଦୌଡ଼ିଲେ ୬୨ ବର୍ଷିଅ ବ୍ୟକ୍ତି

Advertisment
ଜନ୍ମଦିନକୁ ସ୍ମରଣୀୟ କରିବା ଲକ୍ଷ୍ୟରେ ୭ ଘଣ୍ଟା ୩୨ ମିନିଟ୍‌ରେ ୬୨.୪ କିଲୋମିଟର ଦୌଡ଼ିଲେ ୬୨ ବର୍ଷିଅ ବ୍ୟକ୍ତି

Hindustan Times

ଆମମାନଙ୍କ ମଧ୍ୟରୁ ଅନେକଙ୍କୁ ସକାଳୁ ଯୋଗ ମ୍ୟାଟ୍ ବାହାର କରିବାକୁ କିମ୍ବା ଟିକିଏ ସମୟ କାଢ଼ିବାକୁ କଷ୍ଟ ହୋଇଥାଏ। ଆମେ ନିଜକୁ ଅସୁସ୍ଥ କରିପକାନ୍ତି ପଛେ ସହଜରେ ଯୋଗକୁ ଆପଣେଇ ପାରନ୍ତି ନାହିଁ।

ମାତ୍ର ଆଜି ଆମେ ଜଣେ ୬୨ ବର୍ଷିଅ ବୟସ୍କଙ୍କ ଉଦାହରଣ ଦେବୁ, ଯିଏକି ସମସ୍ତଙ୍କ ପାଇଁ ଉଦାହରଣ ପାଲଟି ପାରିଛନ୍ତି। ଚମତ୍କାର ଫିଟନେସ୍ ଲକ୍ଷ୍ୟ ରଖିଥିବା ଏହି ବ୍ୟକ୍ତି ଜଣକ ତାଙ୍କର ଜନ୍ମଦିବସକୁ ସ୍ମରଣୀୟ କରିବାକୁ ୬୨.୪ କିଲୋମିଟର ବାଟ ଦୌଡ଼ିଥିବା ଜାଣିବାକୁ ମିଳିଛି। ବୃଦ୍ଧ ଜଣକ ପ୍ରମାଣ କରିବାକୁ ଚେଷ୍ଟା କରିଛନ୍ତି ଯେ ତାଙ୍କ ବୟସ ଠାରୁ ସେ ଆଗରେ।

ଏହି ପ୍ରେରଣାଦୟକ ବ୍ୟକ୍ତିଙ୍କ ନାମ ଜସମର୍ ସିଂ ସାନ୍ଧୁ। ଯିଏ ତାଙ୍କ ୬୨ତମ ଜନ୍ମଦିବସକୁ ସ୍ମରଣୀୟ କରିବାକୁ ସାତ ଘଣ୍ଟା ୩୨ ମିନିଟ୍‌ରେ ୬୨.୪ କିଲୋମିଟର୍‌ ବାଟ ପାର୍‌ କରିଛନ୍ତି।

ଟ୍ୱିଟରରେ ସେୟାର ହୋଇଥିବା ଏକ ଭିଡିଓରେ ସାନ୍ଧୁ ରାସ୍ତାରେ ଜଗିଂ କରୁଥିବାର ଦେଖିବାକୁ ମିଳିଛନ୍ତି। ଭିଡିଓଟିକୁ କାର୍‌ ଭିତରୁ ସୁଟ୍‌ କରାଯାଇଛି। ଭିଡିଓଟିକୁ ସେୟାର୍‌ କରି ସେ ଲେଖିଛନ୍ତି, ‘ଆଜି ମୁଁ ମୋ ଜୀବନର ୬୨ ବର୍ଷ ପୂରଣ କରିଛି ଏବଂ ଏହି ଅବସରରେ ୬୨.୪ କିମି ରନର ‌ଦୌଡ଼ ଶେଷ କରିଛି। ତଥାପି ମୋ ବୟସ ଠାରୁ ଆଗରେ।’ ତାଙ୍କର ଏହି ଭିଡିଓଟି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ବିଭିନ୍ନ ଆଡୁ ଗ୍ରହଣୀୟତା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe