କହିପାରିବେ କି ଏହି ମହିଳାଙ୍କ ବୟସ କେତେ? ନାତୁଣୀର ଲାଗୁଛନ୍ତି ବଡ଼ ଭଉଣୀ

କହିପାରିବେ କି ଏହି ମହିଳାଙ୍କ ବୟସ କେତେ? ନାତୁଣୀର ଲାଗୁଛନ୍ତି ବଡ଼ ଭଉଣୀ

www.aajtak.in

ମୁମ୍ବାଇ: ବୟସ ଏକ ସଂଖ୍ୟା ମାତ୍ର। ଏହା ପୁଣି ଥରେ ପ୍ରମାଣିତ ହୋଇଯାଇଛି। ଜଣେ ୬୩ ବର୍ଷୀୟା ବୟସ୍କ ମହିଳାଙ୍କ ଫିଟ୍‌ନେସ୍‌ ଦେଖି ଆପଣ ଚକିତ ହୋଇଯିବେ ନିଶ୍ଚୟ। ଲୋକେ ଏହି ବୟସ୍କ ମହିଳାଙ୍କ ସହ ତାଙ୍କ ନାତୁଣୀଙ୍କୁ ଦେଖିଲେ ୨ ଭଉଣୀ ବୋଲି ଭାବନ୍ତି।

ଏହି ବୟସ୍କା ମହିଳା ଜଣକ ନିଜ ଫିିଟ୍‌ନେସ୍‌ ପାଇଁ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଏହି ମହିଳାଙ୍କ ନାମ ଲେସ୍‌ଲି ‌ମେକ୍ସିବେଲ୍‌। ତାଙ୍କୁ କେହି ମଡେଲ୍‌ କହନ୍ତି ତ କେହି କହନ୍ତି ଫିଟ୍‌ନେସ୍‌ ଆଇକନ୍‌। ତାଙ୍କର ସୁପର୍‌ ଫିଟ୍‌ ଶରୀର ଦେଖି ଯେକେହି ବି ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।

ସେ ଏତେ ଯୁବା ଦିଶନ୍ତି ଯେ ଲୋକେ ତାଙ୍କୁ ତାଙ୍କର ୨୦ ବର୍ଷୀୟା ନାତୁଣୀଙ୍କ ବଡ଼ ଭଉଣୀ ବୋଲି ଭାବନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ନବଯୁବକ ବି ଲେସ୍‌ଲିଙ୍କ ସୌନ୍ଦର୍ଯ୍ୟରେ ଆକର୍ଷିତ ହେଉଛନ୍ତି।

publive-image

ଲେସ୍‌ଲିଙ୍କୁ ଜିମ୍‌ ଯିବା ଖୁବ୍ ପସନ୍ଦ। ବଡି ବିଲ୍ଡିଂ ପାଇଁ ତାଙ୍କୁ ଅନେକ ଅନୁ‌ଷ୍ଠାନ ପକ୍ଷରୁ ପୁରସ୍କୃତ ବି କରାଯାଇଛି। ତେବେ ସେ ତାଙ୍କ ସ୍ବାମୀଙ୍କଠାରୁ ଅଲଗା ହୋଇ ଯାଇଛନ୍ତି। ସ୍ବାମୀଙ୍କଠାରୁ ଛାଡ଼ପତ୍ର ନେବା ପରେ ହିଁ ସେ ତାଙ୍କର ଏହି ଫିଟ୍‌ନେସ୍‌ ଯାତ୍ରା ଆରମ୍ଭ କରିଛନ୍ତି।

ତାଙ୍କ ଇନ୍‌ଷ୍ଟାଗ୍ର‌ାମ୍‌ରେ ୧ ଲକ୍ଷ ୩୨ ହଜାରରୁ ଅଧିକ ଫଲୋୟର୍ସ ଅଛନ୍ତି। ସେଠାରେ ସେ ନିଜର ବ୍ୟାୟା‌ମ ଭିଡିଓ ସେୟାର୍‌ କରିଥାନ୍ତି। ସେ ସପ୍ତାହକୁ ୫ ଥର ଜିମ୍‌ ସେସନ୍‌ କରିଥାନ୍ତି। କେବେ କେବେ ତାଙ୍କ ସହ ତାଙ୍କ ନାତୁଣୀଙ୍କୁ ବି ଦେଖିବାକୁ ମିଳିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe