ଅଟକାଇ ପାରିଲାନି ଲକଡାଉନ୍ : ପତ୍ନୀଙ୍କ କେମୋଥେରାପି ଥିବାରୁ ୧୩୦କିଲୋମିଟର ସାଇକେଲ ଚଳାଇ ଡାକ୍ତରଖାନାରେ ପହଞ୍ଚିଲେ ୬୫ବର୍ଷିୟ ବୃଦ୍ଧ

Advertisment
ଅଟକାଇ ପାରିଲାନି ଲକଡାଉନ୍ : ପତ୍ନୀଙ୍କ କେମୋଥେରାପି ଥିବାରୁ ୧୩୦କିଲୋମିଟର ସାଇକେଲ ଚଳାଇ ଡାକ୍ତରଖାନାରେ ପହଞ୍ଚିଲେ ୬୫ବର୍ଷିୟ ବୃଦ୍ଧ

ଚେନ୍ନାଇ:  ପତ୍ନୀଙ୍କ କେମୋଥେରାପିକୁ ଅଟକାଇ ପାରିନାହିଁ ଲକଡାଉନ୍ | ତାମିଲନାଡୁରେ 'ନିଃସ୍ୱାର୍ଥପର ପ୍ରେମ'ର ଏକ ବଡ ଉଦାହରଣର ଦେଖିବାକୁ ମିଳିଛି | ୬୫ବର୍ଷ ବୟସ୍କ ଜଣେ ବୃଦ୍ଧ କର୍କଟ ରୋଗରେ ଆକ୍ରାନ୍ତ ପତ୍ନୀଙ୍କୁ ସାଇକେଲରେ ବସାଇ ୧୩୦ କିଲୋମିଟର ଦୂରରେ ଥିବା ଡାକ୍ତରଖାନାରେ ପହଞ୍ଚିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି | ପତ୍ନୀ କର୍କଟ ରୋଗରେ ପୀଡିତ ଥିବାରୁ ସେ କେମୋଥେରାପି ନେଉଥିଲେ | କିନ୍ତୁ ଲକଡାଉନ୍ କାରଣରୁ ଗାଡି ଚଳାଚଳ ବନ୍ଦ ହୋଇଯିବାରୁ ପତ୍ନୀଙ୍କୁ ସାଇକେଲରେ ବସାଇ ଡାକ୍ତରଖାନା ଯିବାକୁ ମନସ୍ଥ କରିଥିଲେ ଆରିଭାଜଗାନ୍ | କେମୋଥେରାପି ଯେମିତି ବନ୍ଦ ନ ହେଉ ସେ ନେଇ ୧୩୦ କିଲୋମିଟର ସାଇକେଲ ଚଳାଇବାକୁ ପଛଘୁଞ୍ଚା ଦେଇ ନଥିଲେ କୁମ୍ବାକୋନାମରେ ରହୁଥିବା ଆରିଭାଜଗାନ୍ ।

ଆରିଭାଜଗାନ୍ ତାଙ୍କ ୬୦ବର୍ଷୀୟା ପତ୍ନୀ ମଞ୍ଜୁଲାଙ୍କୁ କୁମ୍ବାକୋନାମ୍ ନିକଟ ଗାଁରୁ ସାଇକେଲରେ ବସାଇ ପୁଡୁଚେରୀର ଜିପମେର ଡାକ୍ତରଖାନାରେ ପହଂଚିଥିଲେ | ଲକଡାଉନ କାରଣରୁ ତାମିଲନାଡୁ ଏବଂ ପୁଡୁଚେରୀ ମଧ୍ୟରେ କୌଣସି ବସ୍ ଚଳାଚଳ କରୁନଥିଲା। ମାର୍ଚ୍ଚ ୩୦ରେ ତାଙ୍କ ପତ୍ନୀଙ୍କୁ ଜିପମେର ଡାକ୍ତରଖାନାକୁ କିପରି ଚିକିତ୍ସା ପାଇଁ ନିଆଯିବ ସେ ନେଇ ଚିନ୍ତା କରିବା ପରେ ଆରିଭାଜଗାନ୍ ସାଇକେଲ ଯୋଗେ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ | ପତ୍ନୀ ମଞ୍ଜୁଲା ଯେମିତି ତଳକୁ ଖସି ନପଡ଼ନ୍ତୁ, ସେ ନେଇ ନିଜକୁ ଏକ ଟାୱେଲରେ ପତ୍ନୀଙ୍କ ସହ ବାନ୍ଧି ଘରୁ ସାଇକେଲ ଚଳାଇବା ଆରମ୍ଭ କରିଥିଲେ ଆରିଭାଜଗାନ୍ |

65-year-old man pedals 130 km to take his wife to Puducherry ... New Indian Express

ଆମେ ସକାଳ ୪.୪୫ରେ ଘରୁ ବାହାରିଥିବା ବେଳେ ରାତି ୧୦.୧୫ରେ ଜିପମେରରେ ପହଞ୍ଚିଥିଲୁ | ବାଟରେ ଆମେ କିଛି ଚା ପିଇଥିଲୁ ଏବଂ ଦୁଇ ଘଣ୍ଟା ଧରି ଏକ ପୋଖରୀ ନିକଟରେ ଶୋଇଥିଲୁ ବୋଲି ଆରିଭାଜଗାନ୍ କହିଛନ୍ତି। ଯଦିଓ କରୋନାଭାଇରସ୍ ହେତୁ ଜିପମେରରେ ସମ୍ପୃକ୍ତ ବିଭାଗ ବନ୍ଦ ରହିଥିଲା, ଡାକ୍ତରଖାନା ଅଧିକାରୀମାନେ ତାଙ୍କ କାହାଣୀ ଶୁଣି ମଞ୍ଜୁଲାଙ୍କୁ ଆବଶ୍ୟକ ଚିକିତ୍ସା କରିବାକୁ ନିଷ୍ପତ୍ତି ନେଇଥିଲେ |

ଜଣେ ଜିପମେର ଅଧିକାରୀ କହିଛନ୍ତି ଯେ, ଆରିଭାଜଗାନ ୧୩୦କିଲୋମିଟର ସାଇକେଲ ଚଳାଇଥିବା ଜାଣି ପରଦିନ ଆମେ ଦମ୍ପତିଙ୍କୁ ଆମ ଆମ୍ବୁଲାନ୍ସରେ ତାମିଲନାଡୁର କୁମ୍ବାକୋନାମ୍ ନିକଟ ତାଙ୍କ ଘରକୁ ପଠାଇଥିଲୁ। ଆରିଭାଜଗାନଙ୍କ ଏଭଳି କାମ ପାଇଁ ଜିପମେରରେ ସମସ୍ତ ଡାକ୍ତର ଏବଂ କର୍ମଚାରୀ ତାଙ୍କୁ ପ୍ରଶଂସା କରିଥିଲେ | "ଜିପମେରର ଡାକ୍ତର ମୋ ପତ୍ନୀଙ୍କୁ ଆବଶ୍ୟକ ଚିକିତ୍ସା ଦେଇଥିଲେ ଏବଂ କିଛି ଟଙ୍କା ଜମା କରି ମୋତେ ତାହା ମଧ୍ୟ ଦେଇଥିଲେ। ଏକ ମାସ ପାଇଁ ଔଷଧ ଦେବା ସହ ଆମ୍ବୁଲାନ୍ସ ପାଇଁ ଆମକୁ ପ୍ରାୟ ୬,୩୦୦ଟଙ୍କା ପ୍ରଦାନ କରିଥିଲେ ବୋଲି ଆରିଭାଜଗାନ୍ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe