ମୁମ୍ବାଇ: ମହାରାଷ୍ଟ୍ରର ବୁଲଢ଼ାଣା ଜିଲ୍ଲାର ୬୮ ବର୍ଷୀୟା ଜଣେ ମହିଳା ସାଇକେଲ ଧରି ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ଯାତ୍ରା ଆରମ୍ଭ କରିଛନ୍ତି। ସୋସିଆଲ ମିଡିଆରେ ଧଳା ଓ କମଳା ରଙ୍ଗର ଶାଢ଼ି ପିନ୍ଧିଥିବା ଏହି ମହିଳାଙ୍କ ଫଟୋ ଓ ଭିଡିଓ ସୋସିଆଲ ମଡିଆରେ ଭାଇରାଲ ହେବାରେ ଲାଗିଛି।
ବୃଦ୍ଧଙ୍କ ଏହି ଭିଡିଓକୁ ରତନ ଶାରଦ ନାମକ ଜଣେ ଟ୍ବିଟର ବ୍ୟବହାରକାରୀ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। ତେବେ ମହିଳା ଖାମଗାଁରୁ ୨୨ ଶହ କିଲୋମିଟର ସାଇକେଲ ଚଳାଇ ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ବାହାରିଛନ୍ତି। ସେ କାହାର ସାହାଯ୍ୟ ନନେଇ ସାଇକେଲରେ ନିଜର ସମସ୍ତ ଜିନିଷ ପତ୍ର ଲଦି ଏକୁଟିଆ ଏହି ଯାତ୍ରା କରିବାକୁ ସ୍ଥିର କରିଛନ୍ତି।
/sambad/media/post_attachments/d57b0a45e5018eb56b9a50d6b815545d74b788b50541f34e6af7d4f05f7687f1.jpg)
ସୋସିଆଲ ମିଡିଆ ବ୍ୟବହାରକାରୀ ବୃଦ୍ଧଙ୍କ ଏହି ଭିଡିଓ ଦେଖି ତାଙ୍କର ସୁରକ୍ଷିତ ଯାତ୍ରା କାମନା କରିଛନ୍ତି। ତାଙ୍କର ଏଭଳି ଭକ୍ତି ଓ ବିଶ୍ବାସ ଦେଖି କିଛି ଲୋକ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି କେହି ହେଲେ ମହିଳାଙ୍କୁ ଲିଫ୍ଟ ଦେଇ ସାହାଯ୍ୟ କର। ସେହିପରି ଅନ୍ୟ ଜଣେ ଲେଖିଛନ୍ତ ଅତୁଳନୀୟ। ଆଶା କରୁଛି ବୃଦ୍ଧା ଜଣଙ୍କ ତାଙ୍କ ଯାତ୍ରାକୁ ସୁରକ୍ଷିତ ଭାବେ ପୂରା କରିବେ।
Follow Us