ବୟସ ଏକ ସଂଖ୍ୟା ମାତ୍ର: ହରିହର ଦୁର୍ଗ ଚଢୁଥିବା ୬୮ ବର୍ଷୀୟା ବୃଦ୍ଧାଙ୍କ ଭିଡିଓ ଭାଇରାଲ୍‌

Advertisment
ବୟସ ଏକ ସଂଖ୍ୟା ମାତ୍ର: ହରିହର ଦୁର୍ଗ ଚଢୁଥିବା ୬୮ ବର୍ଷୀୟା ବୃଦ୍ଧାଙ୍କ ଭିଡିଓ ଭାଇରାଲ୍‌

www.indiatoday.in

ମୁମ୍ବାଇ: ବୟସ କେବଳ ଏକ ସଂଖ୍ୟା ମାତ୍ର, ତାହା ପୁଣି ଥରେ ପ୍ରମାଣିତ ହୋଇଛି। ଜଣେ ୬୮ ବର୍ଷୀୟା ବୃଦ୍ଧା ମହାରାଷ୍ଟ୍ରର ହରିହର ଦୁର୍ଗ ଚଢ଼ିବା ବେଳର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ତାଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି।

ଏହି କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପ‌ରେ ବୃଦ୍ଧାଙ୍କ ଇଚ୍ଛାଶକ୍ତିକୁ ଅନେକ ବ୍ୟବହାରକାରୀ ସାଲ୍ୟୁଟ୍‌ ଜଣାଇଥିବା ବେଳେ କେହି କେହି ତାଙ୍କୁ ପ୍ରେରଣା ବୋଲି କହିଥିବାର ଦେଖିବାକୁ ମିଳିଛି।

ଭିଡିଓରେ ୬୮ ବର୍ଷ ବୟସ୍କା ଆଶା ଆମ୍ବାଡେ ନାସିକରେ ଥିବା ହରିହର ଦୁର୍ଗର ପାହାଚ ଚଢୁଥିବାର ଦେଖାଯାଇଛି। ଭିଡିଓରେ ଆଶା ଦୁର୍ଗର ପାହାଚ ଚଢୁଥିବା ବେଳେ ଉପରେ ଠିଆ ହୋଇଥିବା ଲୋକମାନେ ମଧ୍ୟ ତାଙ୍କୁ ଉତ୍ସାହିତ କରୁଥିବାର ଦୃଶ୍ୟ ରହିଛି।

ଧଳା ଶାଢ଼ି ପିନ୍ଧି ମହିଳା ଜଣକ ଉପରକୁ ଉପରକୁ ଉଠୁଥିବାର ଦୃଶ୍ୟ ଭିଡିଓରେ ଦେଖିବାକୁ ମିଳିଛି। ମହିଳା ଜଣକ ଚଢ଼ିବା ସମାପ୍ତ କରିବା ପରେ ଆନନ୍ଦର ହସ ହସିବା ସହ କରତାଳି କରି ନିଜ ଖୁସି ବ୍ୟକ୍ତ କରିଥିଲେ।  ହରିହର ଦୁର୍ଗ ଅଣଓସାରିଆ ପଥର କଟା ପାହାଚ ପାଇଁ ବେଶ୍‌ ପ୍ରସିଦ୍ଧ। ଏହା ନାସିକ ସହରଠାରୁ ୪୦ କିଲୋମିଟର ଦୂରରେ ଅବସ୍ଥିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe