ମୁମ୍ବାଇ: ଅପିର୍ତ ମଣ୍ଡଳ ନାମକ ଏହି କୁନି ପିଲା ବଡ଼ ହେଇ ଦିନ ପୁଲିସ୍ ଇନ୍-ଚାର୍ଜ ହେବାର ସ୍ୱପ୍ନ ଦେଖିଥିଲା। ମାତ୍ର କକର୍ଟ ରୋଗରେ ପୀଡ଼ିତ ଏହି ପିଲାର ସ୍ୱପ୍ନ ସତ ହେବା ଉପରେ ସୃଷ୍ଟି ହୋଇଥିଲା ପ୍ରଶ୍ନବାଚୀ। ସୌଭାଗ୍ୟକୁ ମୁମ୍ବାଇ ପୁଲିସ୍ ଏବଂ ମେକ୍ ଏ ଉଇଓ୍ ଇଣ୍ଡିଆ ଫାଉଣ୍ଡେସନ୍ର ମିଳିତ ଉଦ୍ୟମରେ ପିଲାଟିର ସ୍ୱପ୍ନ ସହ ହୋଇଛି। ଗୋଟାଏ ଦିନ ପାଇଁ ହେଉ ପଛେ ମୁମ୍ବାଇ ପୁଲିସ୍ ଥାନାରେ ଇନ୍ଚାର୍ଜ ଭାବେ କାର୍ଯ୍ୟ କରି ପିଲାଟି ନିଜ ସ୍ୱପ୍ନକୁ ହାତମୁଠାରେ ପାଇବାରେ ସମର୍ଥ ହୋଇଛି।
ଗୁରୁବାର ଦିନ ୭ ବର୍ଷିଅ ଏହି ପିଲାଟି ମୁମ୍ବାଇ ପୁଲିସ୍ ଷ୍ଟେସନ୍ରେ ଇନ୍ସ୍ପେକ୍ଟର ଭାବେ ଶପଥ ଗ୍ରହଣ କରିଥିଲା। ମୁମ୍ବାଇ ପୁଲିସ୍ ଦ୍ୱାରା ଟୁଇଟ୍ ହୋଇଥିବା ଏକ ଫଟୋରେ ଦେଖିବାକୁ ମିଳିଛି ଯେ ପିଲାଟି ପୁଲିସ୍ ପୋଷାକ ପିନ୍ଧି ଚ୍ୟାୟାର୍ରେ ବସିଛି। ଖାକି ପୋଷାକରେ ଥିବା ଅନ୍ୟ ବାବୁମାନେ ତାଙ୍କୁ ଅଭିନନ୍ଦନ ଜଣାଇବା ସହ କେକ୍ ଖୁଆଇ ଦଉଛନ୍ତି।
ଏନେଇ ଟୁଇଟ୍ରେ ଗୁଡ଼ାଏ ପ୍ରଶଂସା ମିଳିଛି। ମରଣ ସହ ସଂଘର୍ଷ କରୁଥିବା ଏହି କୁନି ପିଲାଟିର ଇଚ୍ଛା ପୂରା ହୋଇଥିବାରୁ ଅଧିକାଂଶ ଟୁଇଟର୍ ବ୍ୟବହାରକାରୀ ମୁମ୍ବାଇ ପୁଲିସ୍ ବିଭାଗକୁ ସାବାସୀ ଦେଇଛନ୍ତି।
Follow Us