ଦୃଷ୍ଟିଶକ୍ତି ନାହିଁ, ତଥାପି ୩୫ବର୍ଷ ଧରି ପାଦରେ ଚାଲିଚାଲି ବିକ୍ରି କରୁଛନ୍ତି ଖବର କାଗଜ

Advertisment
ଦୃଷ୍ଟିଶକ୍ତି ନାହିଁ, ତଥାପି ୩୫ବର୍ଷ ଧରି ପାଦରେ ଚାଲିଚାଲି ବିକ୍ରି କରୁଛନ୍ତି ଖବର କାଗଜ

ନୂଆଦିଲ୍ଲୀ: ଜୀବନରେ ପରିଶ୍ରମ କରିବାକୁ ହୋଇଥାଏ। ଯିଏ ପରିଶ୍ରମ କରେ ନାହିଁ ସେ ଅନେକ ଦୁଃଖକଷ୍ଟରେ ଜୀବନ ବିତାଇଥାଏ। କଥାରେ ଅଛି, ‘ବସି ଖାଇଲେ ନଈ ବାଲି ସରେ’। ଅନେକ ଲୋକ ପରିଶ୍ରମକୁ ନିଜର ଧର୍ମ ବୋଲି ଧରି ନେଇଥାଆନ୍ତି। ଏହି କ୍ରମରେ ନିକଟରେ ଜଣେ ବୃଦ୍ଧଙ୍କ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ବୃଦ୍ଧ ଜଣକ ପାକିସ୍ତାନର ବାସିନ୍ଦ। ସେ ତାଙ୍କ ଦୃଷ୍ଟିଶକ୍ତି ହରାଇ ଦେଇଛନ୍ତି। ଏହା ସ‌ତ୍ତ୍ବେ ସେ ଥକି ପଡ଼ି ନାହାନ୍ତି।  ପରିବାର ଚଳାଇବା ପାଇଁ ସେ ଖବର କାଗଜ ବିକ୍ରି କରୁଛନ୍ତି।

ଉକ୍ତ ବୃଦ୍ଧଙ୍କ ନାମ ମହମ୍ମଦ ଇସା ବୋଲି ଜଣାପଡ଼ିଛି। ମହମ୍ମଦଙ୍କ ବୟସ ୭୦ବର୍ଷ। ସେ ପାକିସ୍ତାନର ମୁସ୍ତାଙ୍ଗରେ ବସବାସ କରନ୍ତି। ଏଭଳି ପରିଣତ ବୟସରେ ମହମ୍ମଦ ୨ କିଲୋମିଟର ପର୍ଯ୍ୟନ୍ତ ଚାଲିଚାଲି ପ୍ରତିଦିନ ଖବର କାଗଜ ବିକ୍ରି କରିଥାଆନ୍ତି।

publive-image

ମହମ୍ମଦ ଇସାଙ୍କ କହିବାନୁସାରେ, ମୁଁ ଖବର କାଗଜର ଉନ୍ନତି ଓ ଅବନ୍ନତି ଦୁଇଟି ଯାକ ଦେଖିଛି। ମହାମାରୀ କରୋନା ସମୟରେ କାମ ମିଳୁ ନଥିଲା। ଖବର କାଗଜ ମାର୍କେଟ ବି ବନ୍ଦ ଥିଲା। ଏହି ସମୟରେ ମୋତେ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା। ଆଜିକା ସମୟରେ କିଏ ବା ମୋ ଠାରୁ ଖବର କାଗଜ କିଣିବ? ସମସ୍ତେ ତ ଫୋନରେ ସବୁକିଛି ଖବର ପାଇ ଯାଉଛନ୍ତି। ଖବର କାଗଜ ଧରି ବସି ପଢ଼ିବାକୁ କାହା ପାଖ‌ରେ ସମୟ ନାହିଁ।

ଏମିତି ଦିନ ଥିଲା ଯେଉଁ ସମୟରେ ଖବର କାଗଜ ବିକ୍ରି କରି ଦିନକୁ ୧୫୦୦ଟଙ୍କା ପର୍ଯ୍ୟନ୍ତ ରୋଜଗାର କରି ପାରୁଥିଲି। କିନ୍ତୁ ଏବେର ସମୟରେ ୨୦୦ଟଙ୍କା ବି ରୋଜଗାର କରିବା ବହୁତ କଷ୍ଟ ହୋଇପଡ଼ୁଛି। ପ୍ରଥମେ ମୁଁ ଭିକ ମାଗୁଥିଲି । ମୋର ଜଣେ ବନ୍ଧୁଙ୍କ ପରାମର୍ଶ କ୍ରମେ ମୁଁ ଭିକ ମାଗିବା ବନ୍ଦ କରି ୧୯୮୫ ମସିହାରେ ଖବର କାଗଜ ବିକିବା ଆରମ୍ଭ କରିଥିଲି। ୩୫ବର୍ଷ ଧରି ପାଦରେ ଚାଲି ଚାଲି ଖବର କାଗଜ ବାଣ୍ଟୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe