ୟୁଟ୍ୟୁବ୍‌ରେ ୧୮୫ କୋଟିର ମାଲିକ ଆଠ ବର୍ଷ ବୟସର ବାଳକ ରିୟାନ୍‌ କାଜି

Advertisment
ୟୁଟ୍ୟୁବ୍‌ରେ ୧୮୫ କୋଟିର ମାଲିକ ଆଠ ବର୍ଷ ବୟସର ବାଳକ ରିୟାନ୍‌ କାଜି

naukrinama.com

ଆମେରିକାର ଆଠ ବର୍ଷ ବୟସର ବାଳକ ରିୟାନ୍‌ କାଜିଙ୍କୁ ନେଇ ଏବେ ୟୁଟ୍ୟୁବ୍‌ରେ ଚର୍ଚ୍ଚା। ଫୋର୍ବ‌୍‌ସ ପତ୍ରିକା ଅନୁସାରେ, ୟୁଟ୍ୟୁବ୍‌ ଭିଡିଓର ସର୍ବାଧିକ ଆୟକାରୀ ବ୍ୟକ୍ତି ତାଲିକାରେ ରିୟାନ୍‌ଙ୍କ ସ୍ଥାନ ଶୀର୍ଷରେ। ଗୋଟିଏ ବର୍ଷରେ ସେ ଛବିଶ ନିୟୁତ ଡଲାର‌୍‌ ରୋଜଗାର କରିଛନ୍ତି, ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ୧୮୫ କୋଟି ଟଙ୍କା।

publive-image Navbharat Times

ରିୟାନଙ୍କ ୟୁଟ୍ୟୁବ୍‌ ଚ‌ାନେଲ୍‌ର ନାମ - ‘ରିୟାନ୍‌ସ ଓ୍ୱାର୍ଲ‌୍‌ଡ’। ୨୦୧୫ରେ ଏହି ଚାନେଲ୍‌ ଆରମ୍ଭ ହୋଇଥିଲା ଏବ˚ ମାତ୍ର ଚାରି ବର୍ଷ ମଧ୍ୟରେ ଏହାର ଗ୍ରାହକ ସ˚ଖ୍ୟା ୨୨.୯ ନିୟୁତ ଟପିଲାଣି। ବିଭିନ୍ନ ପ୍ରକାରର କଣ୍ଢେଇ ଖେଳରେ ରିୟାନ୍‌ ମାତିଥିବାର ଦୃଶ୍ୟ, ଏହି ଚାନେଲ୍‌ରେ ପ୍ରସାରିତ ହେଉଛି। ବିଜ୍ଞାପନ ମାଧ୍ୟମରେ ରିୟାନ୍‌ଙ୍କୁ ଏହି ବିପୁଳ ପରିମାଣର ଅର୍ଥ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe