୮୦ବର୍ଷ ବୟସରେ ଟ୍ରାକ୍ଟର ଚଢ଼ି ଚାଷକାମ କରୁଛନ୍ତି ବୃଦ୍ଧା; ଆତ୍ମବିଶ୍ବାସକୁ କରାଯାଉଛି ଭୁରିଭୁରି ପ୍ରଶଂସା

New Project (36)

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ବୃଦ୍ଧାଙ୍କୁ ଟ୍ରାକ୍ଟର ଚଲାଉଥିବାର ଦେଖିବାକୁ ମିଳୁଛି। ବୃଦ୍ଧାଙ୍କ ବୟସ ୮୦ବର୍ଷ ପାଖାପାଖି ହେବ ବୋଲି ଅନୁମାନ କରାଯାଉଛି। 

ଭାଇରାଲ ଭିଡିଓରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି, ଜେଜେମାଆ ଜଣେ ପ୍ରଶିକ୍ଷିତ ଚାଳକଙ୍କ ଭଳି ଟ୍ରାକ୍ଟର ଉପରେ ଚଢ଼ି ଷ୍ଟିଅରିଂ ଧରି ଗିଅର ବଦଳାଇବା ସହିତ ଜମିରେ ଚାଷକାମ କରୁଛନ୍ତି। ତେବେ ଭିଡିଓଟି କେଉଁ ସ୍ଥାନର ସ୍ପଷ୍ଟ ହୋଇ ନଥିବା ବେଳେ ଏହା ଉତ୍ତର ଭାରତର କୌଣସି ଏକ ରାଜ୍ୟର ଥିବା କୁହାଯାଉଛି।

ଏହି ଭିଡିଓଟି  ପୁଣିଥରେ ପ୍ରମାଣ କରି ଦେଇଛି କି ବୟସ କେବଳ ଏକ ସଂଖ୍ୟା, ଯଦି ମନରେ ଦୃଢ଼ ଆତ୍ମବିଶ୍ବାସ ଅଛି ତେବେ କୌଣସି କାମ କଷ୍ଟକର ନୁହେଁ। କାମ କରିବା ପାଇଁ ହେଉ ଅବା କୌଣସି ଜିନିଷ ଶିଖିବା ପାଇଁ ବୟସ କୌଣସି ପ୍ରକାର ଗୁରୁତ୍ବ ରଖେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe