ଗୋଟିଏ ପୁଅକୁ ବଡ଼ ସରକାରୀ ଅଧିକାରୀ ଓ ଅନ୍ୟ ଜଣଙ୍କୁ ରାଜନେତା କରିଲା ପରେ ଅବହେଳିତ ହେଲା ମା’; ରାସ୍ତାରେ ପୋକ ସାଲୁବାଲୁ ଅବସ୍ଥାରେ ପଡ଼ି ରହିଥିଲା

Advertisment
ଗୋଟିଏ ପୁଅକୁ ବଡ଼ ସରକାରୀ ଅଧିକାରୀ ଓ ଅନ୍ୟ ଜଣଙ୍କୁ ରାଜନେତା କରିଲା ପରେ ଅବହେଳିତ ହେଲା ମା’; ରାସ୍ତାରେ ପୋକ ସାଲୁବାଲୁ ଅବସ୍ଥାରେ ପଡ଼ି ରହିଥିଲା

ଚଣ୍ଡୀଗଡ଼:  ପଞ୍ଜାବର ଭଟିଣ୍ଡାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ରାସ୍ତାରେ ଅତ୍ୟନ୍ତ ଦୟନୀୟ ପରିସ୍ଥିତିରେ ପଡ଼ିଥିବା ଜଣେ  ୮୦ ବର୍ଷ ବୟସ୍କା ମହିଳାଙ୍କୁ କିଛି ଲୋକ ଦେଖିବାକୁ ପାଇଥିଲେ। କେବଳଏତିକି ନୁହେଁ, ମହିଳାଙ୍କ ମୁଣ୍ଡରେ ପୋକ ସାଲୁବାଲୁ  ହେଉଥିବା ଦେଖିବାକୁ ମିଳିଥିଲା। କିଛିଲୋକ ଏହି ଘଟଣା ସମ୍ପର୍କରେ ଏନଜିଓ ଓ ପୁଲିସକୁ ଖବର ଦେଇଥିଲେ। ଖବର ପାଇଁ ପୁଲିସ ଓ ଏନ୍‌ଜିଓ ମିଳିତ ଭାବେ ବୃଦ୍ଧାଙ୍କୁ ସେଠାରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏହାପରେ ଉକ୍ତ ବୃଦ୍ଧାଙ୍କ ପରିବାରରେ କିଏ କିଏ ଅଛନ୍ତି, ସେ ଏଠାକୁ କିପରି ଆସିଲେ ପୁଲିସ ତାହାର ତଦନ୍ତ କରିଥିବା ବେଳେ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଥିଲା।

publive-image https://aajtak.intoday.in/

ସ୍ଥାନୀୟଲୋକଙ୍କ କହିବାନୁସାରେ, ଉକ୍ତ ୮୦ ବର୍ଷ ବୟସ୍କା ମହିଳା ବହୁତ ଭଲ ପରିବାରର । ତାଙ୍କର ଜଣେ ପୁଅ ବଡ ସରକାରୀ ଅଧିକାରୀ ହୋଇଥିବା ବେଳେ ଅନ୍ୟ ଜଣେ ବଡ ରାଜନେତା।

एक बेटा अफसर दूसरा नेता, सड़कों पर पड़ी मिली बूढ़ी मां, सिर में पड़े कीड़े

ପ୍ରକାଶିତ ରିପୋର୍ଟ ମୁତାବକ, ମୁକ୍ତସର ଗ୍ରାମକୁ ଯାଉଥିବା ରାସ୍ତା ପାର୍ଶ୍ୱରେ ଥିବା ଏକ ଖୋଲା ପଡ଼ିଆରେ ବୃଦ୍ଧଜଣକ ଶୋଇଥିବା ଦେଖିବାକୁ ମିଳିଥିଲା। ବୃଦ୍ଧଙ୍କ ମୁଣ୍ଡରେ ପୋକ ସାଲୁବାଲୁ ହେଉଥିବା ବେଳେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ସେ ସେଠାରେ ପଡ଼ି ରହିଥିଲେ। ଲୋକମାନେ ମହିଳାଙ୍କୁ ଦେଖିବା ମାତ୍ରେ ତୁରନ୍ତ ଏନଜିଓ ଏବଂ ପୁଲିସକୁ ଏହି ବିଷୟରେ ଜଣାଇଥିଲେ। ବୃଦ୍ଧ ମହିଳାଙ୍କ ସୂଚନା ପାଇବା ମାତ୍ରେ ଏନଜିଓ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ମହିଳାଙ୍କୁ ସେଠାରୁ ଉଦ୍ଧାର କରି ସିଭିଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।

ସିଭିଲ ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା। ବୃଦ୍ଧ ମହିଳାଙ୍କ ପରିବାରରେ ଦୁଇ ପୁଅ ଅଛନ୍ତି, ଉଭୟଙ୍କର ସମାଜରେ ଭଲ ସ୍ଥିତି ଅଛି । ଜଣେ ବଡ ସରକାରୀ ଅଧିକାରୀ ଏବଂ ଅନ୍ୟ ଜଣେ ବଡ ରାଜନେତା। ଦୁଇପୁଅକୁ ପାଳି ପୋଷି ମଣିଷ କରିଥିବା ମାଆ ଏପରି ରାସ୍ତାରେ ପାର୍ଶ୍ୱରେ ପଡ଼ିଥିବାର ଦୃଶ୍ୟ ବାସ୍ତବରେ ହୃଦୟବିଦାରକ ଥିଲା।

एक बेटा अफसर दूसरा नेता, सड़कों पर पड़ी मिली बूढ़ी मां, सिर में पड़े कीड़े

ତେବେ ଏହି ଘଟଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବୃଦ୍ଧ ମହିଳାଙ୍କ ପରିବାରଲୋକ ଘଟଣା ସମ୍ପର୍କରେ ସୂଚନା ପାଇଥିଲେ। ଏହାପରେ ପୁଅ ପହଞ୍ଚି ବୃଦ୍ଧା ମା’କୁ ସାଙ୍ଗରେ ଫରିଦକୋଟକୁ ନେଇ ଯାଇଥିଲେ । କିନ୍ତୁ ସୋମବାର ସକାଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ପରିବାର ଲୋକ କାହାକୁ କିଛି ନ ଜଣାଇ ଉକ୍ତ ବୃଦ୍ଧାଙ୍କ ଶବଦାହ କରି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe