ବୟସ କେବଳ ଏକ ସଂଖ୍ୟା ମାତ୍ର! ୭୦ ବର୍ଷ ବୟସରେ ଶିଖିଲେ ଚିତ୍ରକଳା, ୮୦ ବର୍ଷ ବୟସରେ ମିିଳିଲା ସଫଳତା

Advertisment
ବୟସ କେବଳ ଏକ ସଂଖ୍ୟା ମାତ୍ର! ୭୦ ବର୍ଷ ବୟସରେ ଶିଖିଲେ ଚିତ୍ରକଳା, ୮୦ ବର୍ଷ ବୟସରେ ମିିଳିଲା ସଫଳତା

Better India

ଭୋପାଳ: କୌଣସି କଥା ଶିଖିବା ପାଇଁ କିଛି ନିର୍ଦ୍ଦିଷ୍ଟ ବୟସ ନଥାଏ। ୭୦ ବର୍ଷ ବୟସରେ ଚିତ୍ର କରିବା ଶିଖି ସଫଳ ହୋଇଥିବା ୮୦ ବର୍ଷୀୟା ବୃଦ୍ଧା ଯୁଧାୟିୟା ବାଇଗା ଏହା ପୁଣି ଥରେ ପ୍ରମାଣିତ କରି ଦେଇଛନ୍ତି। ଯୁଧାୟିୟାଙ୍କର ଏହି ଚିତ୍ରଗୁଡ଼ିକ ଇଟାଲି, ମିଲାନ ଓ ପ୍ୟାରିସ୍‌ରେ ବିକ୍ରି ହେବା ପରେ ସେ ଅସରନ୍ତି ପ୍ରଶଂସା ସାଉଁଟିଛି।

ମଧ୍ୟପ୍ରଦଶସ୍ଥିତ ଲୋହରା ଗ୍ରାମର ଏହି ବୃଦ୍ଧା ଜଣକ ଜଣେ ଆଦିବାସୀ। ତାଙ୍କ ଇଚ୍ଛା ଶକ୍ତି ଏତେ ପରିମାଣରେ ତାଙ୍କୁ ବାଧ୍ୟ କରିଥିଲା ଯେ ସେ ୭୦ ବର୍ଷ ବୟସରେ ଚିତ୍ର ଆଙ୍କିବ ଶିଖିବା ଆରମ୍ଭ କରିଥିଲେ। ତାଙ୍କ ଚିତ୍ରଗୁଡ଼ିକରେ ଲୁଚି ରହିଛି ତାଙ୍କ ଅନ୍ତରର ସ୍ୱର। ଏହି ଚିତ୍ରଗୁଡ଼ିକ ଦେଶ ଓ ଦେଶ ବାହାରର ଲୋକେ ପସନ୍ଦ କରି କିଣିବାରେ ଲାଗିଛନ୍ତି।

publive-image Better India

ସେ ନିକଟରେ ଏକ ସାକ୍ଷାତ୍‌କାରରେ କହିଛନ୍ତି, ‘ ଏହା ମୋ ଜୀବନରେ ଅନେକ ପରିବର୍ତ୍ତନ ଆଣି ନାହିଁ। ମାତ୍ର ଏହା ଅନେକ ମହିଳାଙ୍କ ଜୀବନକୁ ବଦଳାଇପାରେ। ମୋ ବୋହୂ ଏବେ ଚିତ୍ର ପ୍ରତି ଆଗ୍ରହ୍ୟ ପ୍ରକାଶ କରିଛନ୍ତି। ଆଶା କରୁଛି ଆହୁରି ଅନେକ ମହିଳା ନିଜ ଭିତରେ ଥିବା କଳକୁ ସାମ୍ନାକୁ ଆଣିବେ।’

ସେ ୪୦ ବର୍ଷ ବୟସରେ ତାଙ୍କ ସ୍ୱାମୀଙ୍କୁ ହରାଇଥିଲେ। ଏବେ ସେ ତାଙ୍କର ଦୁଇ ପୁଅଙ୍କ ସହ ରହୁଛନ୍ତି। ତାଙ୍କର ଏକମାତ୍ର ଝିଅ ବିବାହ କରି ସାରିଛନ୍ତି। ଚିତ୍ରକଳାକୁ ନେଇ ଯୁଧାୟିୟା କହନ୍ତି ଏହା ତାଙ୍କୁ ଭିନ୍ନ ଏକ ଦୁନିଆକୁ ନେଇଯାଏ, ଯେଉଁ ଦୁନିଆରେ ସେ ଏକ ମୁକ୍ତ ବିହଙ୍ଗ ପରି ଅନୁଭବ କରନ୍ତି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe