patrika.
ନୂଆଦିଲ୍ଲୀ: ଥରେ ଭାବି ଦେଖନ୍ତୁ ତ ଆପଣ ଆପଣଙ୍କ ଘରେ ଏକା ଅଛନ୍ତି ଓ ଏମିତିରେ କଠୋରୀ ଭିତରୁ ଅଦ୍ଭୁତ ଶବ୍ଦମାନ ଆସିବା ଆରମ୍ଭ ହୋଇଯିବ। ଏପରି କ୍ଷେତ୍ରରେ ଆପଣ କ’ଣ କରିବେ ବୋଲି ଭାବୁଛନ୍ତି। ଏମିତି ଏକ ମାମଲା ସ୍ପେନରୁ ସାମ୍ନାକୁ ଆସିଛି। ଏଠାରେ ଗ୍ରେନେଡାରେ ରହୁଥିବା ଏକ ପରିବାର ସହିତ ଏମିତି କିଛି ହୋଇଥିଲା। ଏହି ଶବ୍ଦର ବାସ୍ତବତା ଜଣାପଡ଼ିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ରହି ଯାଇଥିଲେ। ଏହି ଦମ୍ପତ୍ତିଙ୍କ ସହିତ ଘଟିଥିବା ଏହି ଘଟଣା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି।
The Local Spainସ୍ପେନ୍ର ଏହି ଦମ୍ପତ୍ତି ବେଡରୁମ୍ରୁ ଆସୁଥିବା ଶବ୍ଦର ଯଥାସମ୍ଭବ ଯାଞ୍ଚ ଆରମ୍ଭ କରିଥିଲେ। ଏଥିରୁ ଜଣାପଡ଼ିଲା ଯେ ବାସ୍ତବରେ ବେଡରୁମ୍ କାନ୍ଥ ଭିତରୁ ଆସୁଥିବା ଶବ୍ଦ ମହୁମାଛିମାନଙ୍କ ଥିଲା। ଏହାପରେ ତୁରନ୍ତ ମହୁମାଛିି ପାଳୁଥିବା କର୍ମୀଙ୍କୁ ସମ୍ପର୍କ କରିଥିଲେ। ଖବର ପାଇ ସେମାନେ ଆସି ବେଡରୁମ୍ କାନ୍ଥ ଭାଙ୍ଗି ତା’ ଭିତରୁ ମହୁମାଛିକୁ ବାହାର କରିଥିଲେ। କାନ୍ଥ ଭିତରୁ ୮୦ହଜାର ସଂଖ୍ୟାରେ ମହୁମାଛି ଥିବା ଜଣାପଡ଼ିଛି।
Follow Us