୮୫ବର୍ଷ ବୟସରେ ଦୈନିକ ୩୫ କି.ମି ସାଇକେଲ ଚଲାଇ ସ୍ୱାସ୍ଥ୍ୟ ସଚେତନତା ନେଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ବିଜୟଲକ୍ଷ୍ମୀ

Advertisment
୮୫ବର୍ଷ ବୟସରେ ଦୈନିକ ୩୫ କି.ମି ସାଇକେଲ ଚଲାଇ ସ୍ୱାସ୍ଥ୍ୟ ସଚେତନତା ନେଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ବିଜୟଲକ୍ଷ୍ମୀ

ଯେଉଁ ବୟସରେ ଖଟରେ ପଡିରହିବା କଥା ସେହି ବୟସରେ ଯଦି କେହି ଦୈନିକ ୩୫ କି.ମି ସାଇକେଲ ଚଲାଉଥିବା କୁହାଯାଏ ତେବେ ସହଜରେ ଅନେକ ଏହାକୁ ବିଶ୍ୱାସ କରିବେ ନାହିଁ । ହେଲେ ଏହି ଘଟଣାଟି ୧୦୦ପ୍ରତିଶତ ସତ । ୮୫ବର୍ଷୀୟ ବିଜୟଲକ୍ଷ୍ମୀ ଅରୋରା ଗତ ୫୦ବର୍ଷ ଧରି ଦୈନିକ ୩୫ କି.ମି ସାଇକେଲ ଚଲାଉଛନ୍ତି । ୩୫ବର୍ଷ ବୟସରେ ରୋଗରେ ପଡି ଶଯ୍ୟାଶାୟୀ ହୋଇପଡିଥିଲେ ବିଜୟଲକ୍ଷ୍ମୀ । ଏହାପରେ ତାଙ୍କୁ ନିୟମିତ ବ୍ୟାୟାମ କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ସେବେଠାରୁ ବର୍ତ୍ତମାନ ସୁଦ୍ଧା ଏବେ ବି ଅସୁସ୍ଥ ହୋଇନାହାଁନ୍ତି ସେ।

ପରିବାର ଲୋକଙ୍କ ପ୍ରତିବନ୍ଧକ ସତ୍ୱେ, ସେ ନିଜ ନିଷ୍ପତିରେ ଓହରିନାହାଁନ୍ତି । ଆଖପାଖ ଲୋକେ ତାଙ୍କୁ ସାଇକେଲ ବାଲି ଦିଦି ବୋଲି କହୁଥିଲା ବେଳେ ତାଙ୍କ ନାତି ଏବେ ଏଥିରେ ପ୍ରେରିତ ହୋଇ ଜିମ ଚଳାଉଛି । ଛତିଶଗଡର ବସ୍ତର ଜିଲା ଅଞ୍ଚଳର ହାଟକଚୋରା କ୍ଷେତ୍ରରେ ରହୁଥିବା ବିଜୟଲକ୍ଷ୍ମୀ ୧୯୫୨ରେ ଆୟୁର୍ବେଦ ଚିକିତ୍ସକ ସୁଦର୍ଶନ ପାଲଙ୍କୁ ବିବାହ କରିଥିଲେ । ୧୯୬୮ରେ ବିଜୟଲକ୍ଷ୍ମୀଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ସୁଦର୍ଶନ ତାଙ୍କୁ ଗୋରଖପୁରର ଆରୋଗ୍ୟଧାମ ନେଇଥିଲେ । ଡାକ୍ତରଙ୍କ ପରାମର୍ଶକ୍ରମେ ସେବେଠାରୁ ବିଜୟଲକ୍ଷ୍ମୀ ନିୟମିତ ବ୍ୟାୟମ କରିଆସୁଛନ୍ତି । ସାଇକେଲ ଚଲାଇବା ସହ ଦୈନିକ ଚାଲୁଛନ୍ତି ମଧ୍ୟ । ସ୍ୱାସ୍ଥ୍ୟ ସଚେତନତା ନେଇ ବିଜୟଲକ୍ଷ୍ମୀଙ୍କ ଏହି ଉଦ୍ୟମ ସମଗ୍ର ଅଞ୍ଚଳରେ ଲୋକଙ୍କୁ ପ୍ରେରିତ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe