ଚନ୍ଦ୍ରପୁର: କରୋନା ମହାମାରୀ ସମୟରେ ଯଦି ସ୍ବାସ୍ଥ୍ୟ ଖରାପ ହୋଇଯାଉଛି ତେବେ ଲୋକେ ଡାକ୍ତରଖାନାକୁ ଯିବାକୁ ଭୟ କରୁଥିବା ବେଳେ କିଛି ଲୋକଙ୍କ ପାଖରେ ଅର୍ଥ ବାଧକ ସାଜିଛି। ଏଭଳି ପରିସ୍ଥିତିରେ ଗାଁ ଲୋକ ସ୍ବାସ୍ଥ୍ୟ ସେବା ସଠିକ ଭାବେ ପାଇ ପାରୁ ନ ଥିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ସ୍ବାସ୍ଥ୍ୟ ସେବା ନ ପାଇ ଅସୁବିଧାରେ ଥିବା ଲୋକଙ୍କ ପାଖରେ ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଜଣେ ଡାକ୍ତର ଦେବଦୂତ ସାଜି ପହଞ୍ଚୁଛନ୍ତି। କରୋନା ମହାମାରୀ ସମୟରେ ୮୭ବର୍ଷର ହୋମିଓପ୍ୟାଥି ଡାକ୍ତର ରାମଚନ୍ଦ୍ର ଦାନେକର ପ୍ରତିଦିନ ୧୦ରୁ ୧୫ କିଲୋମିଟର ସାଇକେଲ ଚଳାଇ ଯାଇ ଗାଁ ଲୋକଙ୍କୁ ସେବା ଯୋଗାଉଛନ୍ତି। ସେ ଏବେ ନୁହେଁ, ପାଖାପାଖି ୬୦ବର୍ଷ ହେବ ଗାଁର ଗରିବ ଲୋକଙ୍କୁ ଏମିତି ସେବା ଯୋଗାଇ ଆସୁଛନ୍ତି।
/sambad/media/post_attachments/e016a97a544a6aa35515606e2716be7390b2a3240e1d196ccd459180e1c54555.jpg)
କରୋନା ମହାମାରୀ ସମୟରେ ନିଜ ଜୀବନକୁ ଖାତିର ନ କରି ନିର୍ଭୟରେ ରୋଗୀଙ୍କ ସେବା କରୁଥିବା ପ୍ରସଙ୍ଗକୁ ନେଇ ରାମଚନ୍ଦ୍ର ଦାନେକର କହିଛନ୍ତି, କରୋନା ମହାମାରୀ ସମୟରେ କିଛି ଡାକ୍ତର ନିଷ୍ଠାପର ଭାବେ ରୋଗୀଙ୍କୁ ସେବା ଯୋଗାଉ ଥିବା ବେଳେ କିଛି ଡାକ୍ତର ପଛଘୁଞ୍ଚା ଦେଉଛନ୍ତି। ମୋତେ କିନ୍ତୁ କିଛି ଭୟ ନାହିଁ। ରୋଗୀ ସେବା କଲେ ମୋ ମନକୁ ଏକ ପ୍ରକାର ଶାନ୍ତି ମିଳିଥାଏ। ଗୋଟିଏ ଦିନ ଭିତରେ ଯେତିକି ସମ୍ଭବ ହୋଇଥାଏ ସେତିକି ଘର ବୁଲି ରୋଗୀଙ୍କ ସେବା କରି ସନ୍ଧ୍ୟା ସୁଦ୍ଧା ପୁଣି ଘରକୁ ଫେରି ଆସିଥାଏ।
ଗ୍ରାମବାସୀମାନେ ଡାକ୍ତର ରାମଚନ୍ଦ୍ର ଦାନେକରଙ୍କୁ ଇଶ୍ବରଙ୍କ ରୂପ ବୋଲି ବିବେଚନା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2020/10/Presentation1-4.jpg)