ହଜ୍‌ ଯାତ୍ରା ପାଇଁ ୯୦୦୦ କିଲୋମିଟର ପାଦରେ ଚାଲିଲେ ଏହି ୨୮ବର୍ଷୀୟ ଇଣ୍ଡୋନେସୀୟ ଯୁବକ

Advertisment
ହଜ୍‌ ଯାତ୍ରା ପାଇଁ  ୯୦୦୦ କିଲୋମିଟର ପାଦରେ ଚାଲିଲେ ଏହି ୨୮ବର୍ଷୀୟ ଇଣ୍ଡୋନେସୀୟ ଯୁବକ

ଜାକର୍ତ୍ତା: ଆପଣମାନେ ସାଇକେଲ୍‌ ବା ବାଇକ୍‌ରେ ମାଇଲ୍‌ ମାଇଲ୍‌ ରାସ୍ତା ଅତିକ୍ରମ କରି ଅନେକ ଲୋକ ରେକର୍ଡ ସୃଷ୍ଟି କରିଥିବା ବିଷୟରେ ଆପଣ ଶୁଣିଥିବେ। କିନ୍ତୁ ଇଣ୍ଡୋନେସିଆର ଜଣେ ୨୮ବର୍ଷୀୟ ଯୁବକ ୯ହଜାର କିଲୋମିଟର ପାଦରେ ଚାଲି ହଜ୍‌ ଯାତ୍ରା କରି ଏକ ସ୍ୱତନ୍ତ୍ର ରେକର୍ଡ ସୃଷ୍ଟି କରିଛନ୍ତି। ମୁସ୍‌ଲିମ୍‌ ସମ୍ପ୍ରଦାୟର ସମସ୍ତେ, ସେ ଧନୀ ହୁଅନ୍ତୁ ବା ଗରିବ, ଜୀବନରେ ଥରେ କେବେ ନା କେବେ ହଜ୍‌ ଯାତ୍ରା କରିବାର ଅଭିଳାଷ ରଖିଥାନ୍ତି। ମହମ୍ମଦ ଖମୀମ୍‌ ତାଙ୍କର ଏହି ଅଭିଳାଷକୁ ଅନେକ ବାଧାବିଘ୍ନ ସତ୍ତ୍ୱେ ପୂରା କରିଦେଖାଇଛନ୍ତି। ଜଣେ ସାଧାରଣ ମଣିଷ ପକ୍ଷେ ଏଭଳି ଅସାଧାରଣ କାର୍ଯ୍ୟ କରିବା କୌଣସି ସହଜ କଥା ନୁହେଁ, କିନ୍ତୁ ଇଶ୍ୱରଙ୍କ ପ୍ରତି ଆସ୍ଥା ଓ ମନରେ ଦୃଢ ଆତ୍ମବିଶ୍ୱାସ ରହିଥିଲେ କୌଣସି କାର୍ଯ୍ୟ ଅପୂରଣୀୟ ହୋଇ ରହେ ନାହିଁ। କଷ୍ଟକର ମନେ ହେଉଥିବା କାର୍ଯ୍ୟ ମଧ୍ୟ ସହଜ ଲାଗିଥାଏ। କାରଣ ଏତେ କିଲୋମିଟର ପାଦରେ ଚାଲି ଈଶ୍ୱରଙ୍କ ନିକଟରେ ପହଞ୍ଚିବାର ଘଟଣା ଲୋକଙ୍କୁ ସିଧାସଳଖ ଭଗବାନଙ୍କ ଆଶୀର୍ବାଦ ସହିତ ଯୋଡ଼ି ରଖିଥାଏ। କୁହାଯାଏ, ଈଶ୍ୱରଙ୍କ ଡାକରା ହେଲେ ମଣିଷ ସମସ୍ତ ବାଧା ପ୍ରତିବନ୍ଧକ କାଟି ଆଗକୁ ମାଡିଚାଲେ ତାଙ୍କର ଗୋଟିଏ ଝଲକ ପାଇବା ପାଇଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe