ମନରେ ଏଭଳି ଭୟ ରଖି ୮୦ବର୍ଷ ଧରି କେଶ କାଟି ନାହାନ୍ତି ୯୨ବର୍ଷର ବୃଦ୍ଧ

Advertisment
ମନରେ ଏଭଳି ଭୟ ରଖି ୮୦ବର୍ଷ ଧରି କେଶ କାଟି ନାହାନ୍ତି ୯୨ବର୍ଷର ବୃଦ୍ଧ

navbharattimes

ନୂଆଦିଲ୍ଲୀ: ଭିଏତନାମର ୯୨ ବର୍ଷର ଜଣେ ବୃଦ୍ଧ ୮୦ବର୍ଷ ଧରି କେଶ କାଟି ନାହାନ୍ତି। ବର୍ତ୍ତମାନ ତାଙ୍କର କେଶର ଲମ୍ବ ପ୍ରାୟ ୫ ମିଟର ହୋଇଯାଇଛି। କେବଳ ଏତିକି ନୁହେଁ, ସେ ଏତେ ବର୍ଷ ମଧ୍ୟରେ କେବେ ବି ନିଜ କେଶକୁ କୁଣ୍ଡାଇ ନାହାନ୍ତି। ଏହି ବୃଦ୍ଧ ବ୍ୟକ୍ତିଙ୍କ ନାମ ହେଉଛି ନାଗୁଏନ୍‌ ଭାନ୍‌ ଚେଇନ୍‌ । କେଶ କାଟିବା, କେଶକୁ ଖୋଲା ଛାଡ଼ିବା ଓ କୁଣ୍ଡାଇବା ପଛରେ ଚେଇନ୍‌ଙ୍କ ଏକ ଅଦ୍ଭୁତ ଭୟ ରହିଛି । ବାସ୍ତବରେ ଚେଇନ୍‌ଙ୍କୁ ଭୟ ରହିଛି କି ସେ କେଶ କାଟି ଦେଲେ ତାଙ୍କର ମୃତ୍ୟୁ ହୋଇଯିବ।

publive-image navbharattimes

ଚେଇନ୍‌ଙ୍କ ବିଶ୍ୱାସ ରହିଛି କି ଜନ୍ମ ସମୟରେ ଭଗବାନ ଯାହା ଦେଇଛନ୍ତି ତାହାକୁ ସ୍ପର୍ଶ କରାଯିବା ଉଚିତ ନୁହେଁ। ଚେଇନ କହନ୍ତି, ‘ମୁଁ ବିଶ୍ୱାସ କରେ ଯଦି ମୁଁ କେଶ କାଟେ ତେବେ ମୋର ମୃତ୍ୟୁ ହୋଇଯିବ। ତେଣୁ ମୁଁ ସ୍ଥିର କଲି ଯେ କିଛି ବି ପରିବର୍ତ୍ତନ କରିବି ନାହଁ। ଏମିତି କି ମୋର କେଶକୁ ମୁଁ କେବେ କୁଣ୍ଡାଇ ବି ନାହିଁ। ମୁଁ କେବଳ କେଶର ଯତ୍ନ ନେଇଥାଏ ଓ ତାହାକୁ ସଫା ରଖିଥାଏ। କାରଣ ଦେଖିବାକୁ ସୁନ୍ଦର ଲାଗିବ। ସର୍ବଦା ଏକ ସ୍କାର୍ଫରେ କେଶକୁ ଘୋଡାଇ ରଖିଥାଏ। ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ମୁଁ କେଶ କାଟୁଥିଲୁ। କିନ୍ତୁ ଯେବେଠାରୁ ସ୍କୁଲ ଛାଡ଼ିଥିଲି ଆଉ କେଶ କାଟି ନାହିଁ। ଏମିତି କି କେଶକୁ କୁଣ୍ଡାଇ ନାହିଁ କି ଧୋଇବି ନାହିଁ।

ଚେଇନ୍‌ ନଅ ଶକ୍ତି ଏବଂ ସାତ ଦେବତାଙ୍କୁ ପୂଜା କରନ୍ତି । ତାଙ୍କର ବିଶ୍ୱାସ ଭଗବାନ କେଶ ବଢ଼ାଇବାକୁ କହିଛନ୍ତି। ଚେଇନ୍‌ଙ୍କ ପଞ୍ଚମ ପୁଅ ଲୁମ୍‌ ତାଙ୍କ ପିତାଙ୍କ ଲମ୍ବା କେଶର ଯତ୍ନ ନେବାରେ ବି ସାହାଯ୍ୟ କରିଥାଆନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe