୯୬ବର୍ଷ ବୟସରେ ନାତି ବାହାଘର ଦେଖି ଝୁମିଲେ ଜେଜେବାପା

୯୬ବର୍ଷ ବୟସରେ ନାତି ବାହାଘର ଦେଖି ଝୁମିଲେ ଜେଜେବାପା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଜଣେ ବୃଦ୍ଧଙ୍କୁ ଖୁସିରେ ନୃତ୍ୟ କରୁଥିବା ଦେଖିବାକୁ ମିଳୁଛି। ତେବେ ବୃଦ୍ଧ ଜଣକ ତାଙ୍କ ନାତି ବାହାଘର ପାଇଁ ଅନେକ ଦିନରୁ ଅପେକ୍ଷା କରି ରହିଥି‌ଲେ। ଯେତେବେଳେ ନିଜ ଆଖିରେ ସେ ନାତି ବାହାଘର ଦେଖିଥିଲେ, ନିଜ ବୟସ କଥା ଚିନ୍ତା ନକରି ଖୁସିରେ ଝୁମି ଯାଇଥିଲେ। ଏହି ଭିଡିଓଟି ନେପାଳର ରହିଛି।

ଏହି ଭିଡିଓକୁ ଇନଷ୍ଟ୍ରାଗ୍ରାମରେ ସେୟାର କରି କ୍ୟାପସନ ଦିଆଯାଇଛି, ଯେତେବେଳେ ଭଲ ପାଇବା କେତେ ରହିଛି ତାହା ଜଣାଇବାକୁ ସମୟ ଆସିଥାଏ, ସେତେବେଳେ ବୟସ ମାତ୍ର ଏକ ସଂଖ୍ୟା ହୋଇଥାଏ।

ବୃଦ୍ଧଙ୍କୁ ନାତି ବାହାଘରରେ ଖୁସିରେ ନୃତ୍ୟ କରୁଥିବା ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ବୃଦ୍ଧଙ୍କ ଦୀର୍ଘଆୟୁର କାମନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe