ଏମ୍‌ଏ ଡିଗ୍ରି ହାସଲ କଲେ ୯୮ ବର୍ଷିୟ ବୃଦ୍ଧ!

Advertisment
ଏମ୍‌ଏ ଡିଗ୍ରି ହାସଲ କଲେ ୯୮ ବର୍ଷିୟ ବୃଦ୍ଧ!

ପାଠ ପଢ଼ିବା ପାଇଁ ସ୍ଥାନ, କାଳ, ପାତ୍ର କି ବୟସ ଜରୁରୀ ନୁହେଁ। ଇଚ୍ଛା ଶକ୍ତି ଥିଲେ ହେଲା। ଏହି କଥାର ସତ୍ୟାସତ୍ୟ ପ୍ରମାଣ କରିଛନ୍ତି ୯୮ ବର୍ଷିଅ ବୃଦ୍ଧ ରାଜକୁମାର ବୈଶ୍ୟ। ଏହି ୯୮ ବର୍ଷିଅ ବ୍ୟକ୍ତି ଏମଏ ଶିକ୍ଷା ସମାପ୍ତ କରିଛନ୍ତି। ବୈଶ୍ୟ ସୋମବାର ଦିନ ଏହା ପୂରା କରି ଦୁନିଆକୁ ଦେଖେଇ ଦେଇଛନ୍ତି ଯେ ପାଠ ପଢ଼ା ପାଇଁ ବୟସ ପ୍ରତିବନ୍ଧକ ନୁହେଁ। ରାଜକୁମାରଙ୍କର ମନରେ ଅନେକ ଦିନରୁ ଆଶା ଥିଲା କି ସେ ନାଳନ୍ଦା ଓପନ ୟୁର୍ନିଭସିଟିରୁ ଇକନୋମିକ୍ସରେ ଏମଏ କରିବେ। ୧୯୩୮ ମସିହାରେ ସେ ଏହି ବିଷୟରେ ଆଗ୍ରା ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ୍‌ କରିଥିଲେ। ୧୯୪୦ରେ ବୈଶ୍ୟ ଏଲଏଲବିର ପରୀକ୍ଷା ପାସ୍‌ କରିଥିଲେ।

୯୮ ବର୍ଷିଅ ରାଜକୁମାର ନିଜର ଏହି ସଫଳତାର ଶ୍ରେୟ ବହୁ ଭାରତୀ ଏସ୍‌ କୁମାର ଓ ପାଟନା କଲେଜର ଇତିହାସ ଅଧ୍ୟାପକଙ୍କୁ ଦେଇଛନ୍ତି। ତାଙ୍କର ପୁଅ ସନ୍ତୋଷ କୁମାର କହିଛନ୍ତି, ‘ଏହା ଆମ ପାଇଁ ଗର୍ବର ମୁହୂର୍ତ୍ତ।’ ସେପଟେ ନାଳନ୍ଦା ଓପନ ୟୁର୍ନିଭସିଟିର ଭାଇସ୍‌ ଚାନ୍‌ସଲର ବିଶ୍ୱବିଦ୍ୟାଳୟର ଇତିହାସରେ ଏହା ଏକ ସ୍ୱର୍ଣ୍ଣିକ ଦିନ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe