ଏମ୍‌ବିଏ କନ୍ୟା ଭାଙ୍ଗିଲେ ପରମ୍ପରା, ବିବାହ ପୂର୍ବରୁ ଘୋଡା ଚଢ଼ି ପହଞ୍ଚିଲେ ମନ୍ଦିରରେ

ଏମ୍‌ବିଏ କନ୍ୟା ଭାଙ୍ଗିଲେ ପରମ୍ପରା, ବିବାହ ପୂର୍ବରୁ ଘୋଡା ଚଢ଼ି ପହଞ୍ଚିଲେ ମନ୍ଦିରରେ

ଜୟପୁର: ରାଜସ୍ଥାନର ଝୁଝୁନୁ ଜିଲ୍ଲାସ୍ଥିତ ଚିରାଓ୍ଵା କସେଓ୍ଵରେ ଜଣେ କନ୍ୟା ରଥରେ ବସି ନିଜର ବିବାହ ପୂର୍ବରୁ ଥିବା ପରମ୍ପରାକୁ ପୂରା କରିବା ପାଇଁ ବିନ୍ଦୋରିରେ ପହଞ୍ଚି ଥିଲେ। ସେଠାରେ ଲୋକମାନେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବିବାହ ହେବାକୁ ଥିବା କନ୍ୟାଙ୍କ ନାମ ଗାର୍ଗି ଅହଲାବାତ । ସେ ବ୍ରିଟେନ୍‌ରୁ ଏମ୍‌ବିଏ ଶେଷ କରି ଫେରିଛନ୍ତି।

publive-image

ଏପରି କରିବା ପଛର ଗାର୍ଗିଙ୍କ ଉଦ୍ଦେଶ୍ୟ ଲୋକମାନଙ୍କ ମନରେ ଥିବା ରୁଢ଼ିବାଦୀ ଚିନ୍ତାଧାରାକୁ ଦୂର କରିବା। ସେ ଝିଅ ଓ ପୁଅ ଭିତରେ ପାର୍ଥକ୍ୟ ଦେଖୁଥିବା ଲୋକମାନଙ୍କ ଚିନ୍ତାଧାରାକୁ ପରିବର୍ତ୍ତନ କରିବାକୁ ଚାହାନ୍ତି। ଆଜିକା ସମୟରେ ପୁଅ ଓ ଝିଅ ସମସ୍ତେ ସମାନ। ପୁଅ ଯାହା କରି ପାରୁ ନାହାନ୍ତି ତାକୁ ଝିଅମାନେ କରି ଦେଖାଉଛନ୍ତି। ପୁଅଙ୍କଠାରୁ ଯଥେଷ୍ଟ ସଫଳତା ହାସଲ କରିସାରିଲେଣି ଆଜିକା ଝିଅ। ସେ ନିଜ ବିବାହ ପୂର୍ବରୁ ତିନିଦିନ ପର୍ଯ୍ୟନ୍ତ ଝୁଝୁନୁର ୧୫୦କିଲୋମିଟର ଘୋଡାରେ ସଜ୍ଜିତ ରଥରେ ବୁଲି ଲୋକମାନଙ୍କୁ ସଚେତନ କରିବେ।

publive-image

ଗାର୍ଗୀ ଝୁଝୁନୁର ସାଂସଦ ସନ୍ତୋଷ ଅହଲାବତଙ୍କ ପୁତ୍ରି। ଗାଁ ଲୋକମାନେ ଟିଭି ଓ ଖବର କାଗଜ ଅପେକ୍ଷା ବାସ୍ତବରେ ଯାହା ଘଟେ ତାହାକୁ ଅଧିକ ଧ୍ୟାନ ଦେବା ସହିତ ଅଧିକ ପ୍ରଭାବିତ ହୋଇଥାଆନ୍ତି। ଗାର୍ଗୀଙ୍କ ମା’ ବେଟି ବଚାଓ, ବେଟି ପଢ଼ାଓ ପାଇଁ ଅଭିଯାନ ଚଳାଇଛନ୍ତି। ଯଦି ଜଣେ ସାଂସଦର ପୁତ୍ରି ଏଭଳି କରୁଛି ତେବେ ତାହା ସାମାଜରେ ଲୋକଙ୍କ ଚିନ୍ତାଧାରାକୁ ନିଶ୍ଚିୟ ପରିବର୍ତ୍ତନ କରିବ ବୋଲି ଗାର୍ଗୀ କହନ୍ତି। କାରଣ ବିବାହ ପୂର୍ବରୁ ଥିବା ଏହି ପରମ୍ପରାରେ କନ୍ୟା ଘରକୁ ବର ଆସିଥାଏ। ତେବେ ଏହି ପରମ୍ପରାକୁ ଗାର୍ଗୀ ଭାଙ୍ଗି ନିଜେ ଘୋଡାରେ ଚଢ଼ି ମନ୍ଦିରରେ ପହଞ୍ଚିଥିଲେ। ଯାହାକୁ ଦେଖି ଅନେକ ଲୋକ ତାଙ୍କ ଚିନ୍ତାଧାରାକୁ ପସନ୍ଦ ମଧ୍ୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe