ମାଲିକ ନିକଟରେ ଗାଡ଼ି କଲା ଗୁହାରୀ- ମୋତେ ଟିକେ ଗାଧୋଇ ଦିଅ ! ଆଇପିଏସ୍‌ ଅଫିସର ସେୟାର କଲେ ଫଟୋ

Advertisment
ମାଲିକ ନିକଟରେ ଗାଡ଼ି କଲା ଗୁହାରୀ- ମୋତେ ଟିକେ ଗାଧୋଇ ଦିଅ ! ଆଇପିଏସ୍‌ ଅଫିସର ସେୟାର କଲେ ଫଟୋ

zeenews.india.com

ନୂଆଦିଲ୍ଲୀ: ଶୀର୍ଷକ ପଢ଼ି ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ ଏବଂ ମନରେ ପ୍ରଶ୍ନ ଉଠୁଥିବ କି କ’ଣ କେବେ କୌଣସି ବାହନ ସ୍ନାନ ପାଇଁ ନିଜ ମାଲିକଙ୍କୁ ଗୁହାରୀ କରୁଥିବ? ତେବେ ଘଟଣାଟି ହେଉଛି ଏପରି। ସୋସିଆଲ ମିଡିଆରେ ଏକ ଗାଡ଼ିର ଫଟୋ ଭାଇରାଲ ହୋଇଛି। ଏହି ଗାଡ଼ିର ପଛପଟେ ‘ମାଲିକ ମାତେ ଟିକେ ଗାଧୋଇ ଦିଏ’ ବୋଲି ଯେଉଁ ଲେଖା ହୋଇଛି। ଏହା ହିଁ ଫଟୋ ଭାଇରାଲ ହେବାର ମୁଖ୍ୟ କାରଣ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସ୍‌ବୁକ୍‌ ଓ ଟୁଇଟରରେ ଏହି ଗାଡ଼ିର ଫଟୋ ଭାଇରାଲ ହୋଇଛି। ଏହି ଫଟୋରେ ଦେଖିବାକୁ ମିଳୁଛି ଏକ ଏର୍ଟିଗା କାର ପଛରେ ଥିବା କାଚରେ ଧୂଳି ବସି ଯାଇଛି ଆଉ ସେଥିରେ ‘ମୋତେ ଗାଧୋଇ ଦିଏ ମାଲିକ’ ଲେଖାଥିବା ଦେଖିବାକୁ ମିଳୁଛି। ଏହି ଭଳି କୌତୁହଳପୂର୍ଣ୍ଣ ଫଟୋ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି।

ଆଇପିଏସ୍‌ ଅଫିସର ଅରୁଣ ବୋଥ୍ରା ଟୁଇଟରରେ କାରର ଏଭଳି କୌତୁହଳପୂର୍ଣ୍ଣ ଫଟୋ ସେୟାର କରି ଲେଖିଛନ୍ତି, ‘ନ୍ୟାୟସଂଗତ ଅନୁରୋଧ’। ଏହି ପୋଷ୍ଟକୁ ଜଣେ ବ୍ୟବହାରକାରୀ ମଜା ନେଇ ଲେଖିଛନ୍ତି, ‘ମାଲିକ ନିଜେ ୪ଦିନ ହେବ ସ୍ନାନ କରି ନ ଥିବେ।’ ସେହିପରି ଅନ୍ୟ ଜଣେ ବ୍ୟକ୍ତି ଏହି ଟୁଇଟର ରିପ୍ଲାଏ ଦେଇ ଲେଖିଛନ୍ତି, ‘ମାଲିକ ପାଣିପାଗ ବିଭାଗକୁ ସମ୍ପର୍କ କରିଛନ୍ତି। ରିପୋର୍ଟର ଯାଞ୍ଚ କରିବା ପରେ ଏବେ ସେ ବର୍ଷାର ଅପେକ୍ଷା କରିଛନ୍ତି।’

ସେହିପରି ଟୁଇଟର ବ୍ୟବହାରକାରୀ ବନ୍ଦନା ଶର୍ମା ଲେଖିଛନ୍ତି, ‘ମାଲିକ ଫେରାର ଅଛନ୍ତି, ପୁଲିସ ଧରିବା ପରେ ଯାଇ କିଛି ହୋଇପାରିବ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe