ଏମିତି ବି ସହର ଅଛି ଯେଉଁଠି ବର୍ଷା ହେବା ଦେଖି ନାହାନ୍ତି ଲୋକେ !

ଏମିତି ବି ସହର ଅଛି ଯେଉଁଠି ବର୍ଷା ହେବା ଦେଖି ନାହାନ୍ତି ଲୋକେ !

ନୂଆଦିଲ୍ଲୀ:  କୁହାଯାଏ, ବୃଷ୍ଟି ବହୁଳେ ସୃଷ୍ଟି ନାଶ, ବୃଷ୍ଟି ବିହୁନେ ବି ସୃଷ୍ଟିନାଶ। ତେବେ ପୃଥିବୀରେ ଏମିତି କିଛି ସ୍ଥାନ ରହିଛି ଯେଉଁଠି ଶତାବ୍ଦୀ ଶତାବ୍ଦୀ ଧରି ବୃଷ୍ଟିପାତ ନ ହୋଇ ବି ସେଠାରେ ଜନବସତି ତିଷ୍ଠି ରହିଛି। ଆଟାକାମା ମରୁଭୂମି ଅନ୍ତର୍ଗତ ଚିଲିର ଖଣିଜ ରାଜଧାନୀ ଭାବେ ପରିଚିତ କାଲାମା ସହରରେ ଆଦୌ ବର୍ଷା ହୋଇନଥିବା ଜଣାଯାଇଛି। ରେକର୍ଡ ଅନୁଯାୟୀ, ଏହି ପ୍ରାଚୀନ ସହରରେ ୧୬୦୧ରୁ ୧୯୪୧ ମସିହା ପ୍ରାୟ ସାଢ଼େ ତିନି ଶତାବ୍ଦୀ ଯାଏ ଟୋପାଏ ବି ବର୍ଷା ଜଳ ପଡ଼ିନାହିଁ। ତେବେ ସମୁଦ୍ର ପତ୍ତନର ୭,୪୧୫ ଫୁଟ ଉଚ୍ଚରେ ଅବସ୍ଥିତ ଏହି ସହର ଦେଇ ପ୍ରବାହିତ ଚିଲିର ଦୀର୍ଘତମ ନଦୀ ‘ଲୋଆ’ର ଜଳରାଶି ହିଁ ଲୋକଙ୍କ ଜୀବନଧାରଣର ଉତ୍ସ ପାଲଟିଛି।

ଅବଶ୍ୟ ଏବେ ବିଶ୍ବ ଜଳବାୟୁ ପରିବର୍ତ୍ତନ ଯୋଗୁଁ ସେଠାରେ କାଁ ଭାଁ ବର୍ଷା ଅନୁଭୂତ ହେଉଛି। ମାତ୍ର ତାହା ଅତି ନଗଣ୍ୟ, ଯେପରିକି ବାର୍ଷିକ ମାତ୍ର ୪ରୁ ୫ ଥର ଏବଂ ସାମଗ୍ରିକ ଭାବେ ୫ ମି.ମି. ବୃଷ୍ଟିପାତ। ତେଣୁ ସହରବାସୀ ବର୍ଷାଜଳ ଉପରେ ଭରସା ନ ରଖି ‘ଲୋଆ’ ନଦୀର ଜଳକୁ ଦୈନନ୍ଦିନ ବ୍ୟବହାର ସମେତ କୃଷି ଓ ଖଣି କାମରେ ବିନିଯୋଗ କରିଥା’ନ୍ତି। ଏପରିକି ବର୍ଷାଜଳ ଓ ଅନ୍ୟାନ୍ୟ ଆଞ୍ଚଳିକ ଜଳଉତ୍ସର ଏଭଳି ଉତ୍କଟ ଅଭାବ ସତ୍ତ୍ବେ ସହରବାସୀ ବହିରାଗତ ପର୍ଯ୍ୟଟକମାନଙ୍କ ପାଇଁ ପ୍ରଭୂତ ସୁବିଧା ଉପଲବ୍‌ଧ ପୂର୍ବକ ନାନା ପର୍ଯ୍ୟଟନସ୍ଥଳୀର ବିକାଶ କରାଇପାରିଛନ୍ତି। ବିଶେଷ କରି ଖଣିଖନନ କାର୍ଯ୍ୟରେ ଆସୁଥିବା ଯନ୍ତ୍ରୀ ଓ ଶ୍ରମିକମାନଙ୍କ ପାଇଁ କାଲାମା ବାସସ୍ଥଳୀ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe