ପୃଥିବୀର ନିକଟରେ ଘୂରୁଥିବା ଛଦ୍ମ ଚନ୍ଦ୍ର!

Advertisment

Fake Moon!

Fake Moon!

ପୃଥିବୀର ନିକଟରେ ଘୂରୁଥିବା ଛଦ୍ମ ଚନ୍ଦ୍ର!

ପୃଥିବୀର କେବଳ ଗୋଟିଏ କୃତ୍ରିମ ଉପଗ୍ରହ ବା ଚନ୍ଦ୍ର ରହିଛି। ମାତ୍ର ଗତ ଦୁଇ ହଜାର ବର୍ଷ ଧରି ପୃଥିବୀର ନିକଟରେ ଘୂରୁଥିବା ଅନ୍ୟ ଏକ ମହାକାଶୀୟ ପିଣ୍ଡକୁ ଜ୍ୟୋତିର୍ବିଜ୍ଞାନୀମାନେ ଠାବ କରିଛନ୍ତି, ଯାହା ଅନ୍ୟତମ ଚନ୍ଦ୍ରର ଦ୍ବନ୍ଦ୍ବ ସୃଷ୍ଟି କରିଛି। ଗତ ମାର୍ଚ୍ଚ ମାସରେ ହାଵାଇ ସ୍ଥିତ ପାନ୍‌-ଷ୍ଟାର୍ସ ନିରୀକ୍ଷଣ କେନ୍ଦ୍ର ଦ୍ବାରା ଚିହ୍ନଟ ହୋଇଥିବା ଏହି ମହାଜାଗତିକ ପିଣ୍ଡର ନାମ ‘୨୦୨୩ ଏଫ୍‌ଡବଲ୍ୟୁ୧୩’ ରଖାଯାଇଛି। ପ୍ରଥମେ ତାହା ପୃଥିବୀ ଚାରିପଟେ ପରିକ୍ରମା କରୁଥିବା ପରି ମନେ ହେଉଥିଲା। ତେଣୁ ବର୍ଷ ବର୍ଷ ଧରି ସମସ୍ତଙ୍କ ଅଲକ୍ଷ୍ୟରେ ରହିଥିବା ପୃଥିବୀର ଦ୍ବିତୀୟ ଚନ୍ଦ୍ରର ଆବିର୍ଭାବ ନେଇ ଜ୍ୟୋତିର୍ବିଜ୍ଞାନୀମାନେ ଉତ୍ସାହିତ ହୋଇ ପଡ଼ିଥିଲେ। ତେବେ ତାହା ବାବଦରେ ଗଭୀର ଅନୁଧ୍ୟାନ କରିବା ପରେ ତାହା ବାସ୍ତବରେ ସୂର୍ଯ୍ୟକୁ ପ୍ରଦକ୍ଷିଣ କରୁଥିବା ସ୍ପଷ୍ଟ ହୋଇଛି। ତାହା ପୃଥିବୀ ଅନୁରୂପ କକ୍ଷପଥ ଓ ସୂର୍ଯ୍ୟଙ୍କ ଠାରୁ ସମାନ ଦୂରତାରେ ଘୂରୁଥିବାରୁ ତାହା ପୃଥିବୀକୁ ଅନୁସରଣ କରୁଥିବାର ଭ୍ରମ ସୃଷ୍ଟି ହୋଇଥିଲା।

ଅପରପକ୍ଷେ, ତାହାର ଗତି ମଧ୍ୟ କୌଣସିମତେ ପୃଥିବୀ ଦ୍ବାରା ପ୍ରଭାବିତ ନୁହେଁ। ସାଧାରଣତଃ ବେଳେ ବେଳେ ଚନ୍ଦ୍ର ପରି ମନେ ହେଉଥିବା କିଛି ଗ୍ରହଖଣ୍ଡ ପୃଥିବୀକୁ କିଛି ଦଶନ୍ଧି ଧରି ଘୂରୁଥିବା ଦେଖାଯାଇଥାଏ। ମାତ୍ର ଏହି ଗ୍ରହଖଣ୍ଡଟି ସେମାନଙ୍କ ଠାରୁ ଭିନ୍ନ। ଖ୍ରୀ.ପୂ. ୧୦୦ରୁ ତାହା ପୃଥିବୀର ଅତି ନିକଟରେ ଘୂରୁଥିବା ଜଣାଯାଇଛି। ମାତ୍ର ୨୦ ମିଟର ଲମ୍ବର ଏହି ଗ୍ରହଖଣ୍ଡଟି ପୃଥିବୀଠାରୁ ପ୍ରାୟ ୯୦ ଲକ୍ଷ ମାଇଲ ଦୂରରେ ପରିକ୍ରମଣ ଜାରି ରଖିଛି। ଅପରପକ୍ଷେ, ଆମର ଏକମାତ୍ର କୃତ୍ରିମ ଉପଗ୍ରହ ଚନ୍ଦ୍ର ପ୍ରାୟ ୨,୩୮,୮୫୫ ମାଇଲ୍‌ ଦୂରରେ ପୃଥିବୀ ଚାରିପଟେ ଘୂରୁଛି। ତେଣୁ ତାହାକୁ ପ୍ରଥମେ ଯମଜ ଚନ୍ଦ୍ର ବୋଲି କଳ୍ପନା କରାଯାଉଥିବା ବେଳେ ତାହା ସହ ପୃଥିବୀର କୌଣସି ସମ୍ପର୍କ ନାହିଁ ବୋଲି ସ୍ପଷ୍ଟ ହୋଇଛି। ଅପରପକ୍ଷେ, ତାହା ଏତେ ଦୂରରେ ଘୂରୁଥିବାରୁ ପୃଥିବୀ ପୃଷ୍ଠରେ ମାଡ଼ ହେବାର ମଧ୍ୟ ଆଶଙ୍କା ନାହିଁ ବୋଲି ମହାକାଶବିଜ୍ଞାନୀମାନେ ଆଶ୍ବସ୍ତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe