ଚାଲୁଥିବା ଓ୍ଵାସିଂ ମେସିନ୍‌ ଭିତରେ ପୁଅର ଚେହେରା ଦେଖି ସ୍ତବ୍ଧ ହୋଇଗଲେ ବାପା; ବାସ୍ତବ କଥା ଜାଣିବା ପରେ ପଶିଲା ହୋସ

ଚାଲୁଥିବା ଓ୍ଵାସିଂ ମେସିନ୍‌ ଭିତରେ ପୁଅର ଚେହେରା ଦେଖି ସ୍ତବ୍ଧ ହୋଇଗଲେ ବାପା; ବାସ୍ତବ କଥା ଜାଣିବା ପରେ ପଶିଲା ହୋସ

The Mirror

ନୂଆଦିଲ୍ଲୀ: ସାଧାରଣତଃ ଆମେ ଜାଣିଛେ ଓ୍ଵାସିଂ ମେସିନ୍‌ରେ କପଡ଼ା ଧୁଆ ଯାଇଥାଏ। କିନ୍ତୁ ଯଦି ଚାଲୁଥିବା ଓ୍ଵାସିଂ ମେସିନ୍‌ ଭିତରେ ହଠାତ ଆପଣ ଆପଣଙ୍କ ପିଲାକୁ ଦେଖିବାକୁ ପାଇବେ ତେବେ ଭାବନ୍ତୁ ତ ସେତେବେଳର ପରିସ୍ଥିତି କିଭଳି ହେବ। ଏମିତି ଏକ ଅଦ୍ଭୁତ ଘଟଣା ଋଷର ଜଣେ ପିତାଙ୍କ କ୍ଷେତ୍ରରେ ଘଟିଛି।

ଉକ୍ତ ବ୍ୟକ୍ତିଙ୍କ ପତ୍ନୀ ୱାସିଂମେସିନରେ ଲୁଗାପଟା ସଫା କରିବା ପାଇଁ ପକାଇ ଥିଲେ। ଏହି ସମୟରେ ତାଙ୍କ ସ୍ୱାମୀ ଘରକୁ ପଶି ଆସି ଚାଲୁଥିବା ଓ୍ଵାସିଂମେସିନ୍‌ ଭିତରେ ଯାହା ଦେଖିଲେ ତାଙ୍କ ପାଦ ତଳୁ ମାଟି ଖସିଗଲା ଭଳି ଅନୁଭବ ହୋଇଥିଲା।

publive-image Real Simple

ଉକ୍ତ ବ୍ୟକ୍ତି ଜଣକ ଚାଲୁଥିବା ମେସିନ୍‌ ଭିତରେ ତାଙ୍କ ପୁଅ ପଶିଥିବା ଦେଖି ସ୍ତବ୍ଧ ହୋଇଯାଇଥିଲେ। କିନ୍ତୁ ଅସଲ କଥା ଜାଣିବା ପରେ ତାଙ୍କ ହୋସ ପଶିଥିଲା। ସ୍ୱାମୀଙ୍କ ଏଭଳି ଅବସ୍ଥା ଦେଖି ସ୍ତ୍ରୀ ତାଙ୍କୁ ଭୟଭୀତ ନହେବା କହି କହିଥିଲେ, ପୁଅର ଚେହେରା ଥିବା ଏକ ଡ୍ରେସ୍‌ ୱାସିଂ ମେସିନ୍‌ରେ ସଫା କରିବା ପାଇଁ ପକାଇ ଦେଇଛି। ଯାହାକୁ ଦେଖି ତୁମେ ଭୟ କରି ଯାଇଛ।

ଏହି ଫଟୋଟିକୁ A Russian And His Bike ହ୍ୟାଣ୍ଡେଲରୁ ସୋସିଆଲ ମିଡିଆରେ ସେୟାର କରାଯାଇଛି। ଏହା ବେଶ୍‌ ଭାଇରାଲ ହେବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe