ଏପରି ଏକ ଅଦ୍ଭୁତ ହୋଟେଲ ରହିଛି ଯେଉଁଠି ଜଙ୍ଗଲୀ ଜୀବଜନ୍ତୁଙ୍କ ସହିତ ଲଞ୍ଚ୍ କରୁଛନ୍ତି ଲୋକେ। ସହଜେ ଜଙ୍ଗଲୀ ଜୀବଜନ୍ତୁଙ୍କୁ ପାଖରୁ ଦେଖିଲେ ମନରେ ଖୁବ୍ ଭୟ ଆସିଯାଏ। ପୁଣି ହିଂସ୍ର ଜଙ୍ଗଲୀ ଜୀବଜନ୍ତୁଙ୍କ ସହିତ ମଣିଷ କରୁଛି ଲଞ୍ଚ୍। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଅଷ୍ଟ୍ରେଲିଆରେ ଏମିତି ଏକ ସ୍ଥାନ ଅଛି, ଯେଉଁଠି ଏହି ଜଙ୍ଗଲୀ ଜୀବଜନ୍ତୁଙ୍କ ସହ ଆପଣ ରହିପାରିବେ।
ଅଷ୍ଟ୍ରେଲିଆର କୈନବେରାର ନ୍ୟାସନାଲ ଜୁ ଏଣ୍ଡ୍ ଆକ୍ୱାରିୟମରେ ଥିବା ପ୍ରାଣୀ ଉଦ୍ୟାନରେ ରହିଛି ଏପରି ଏକ ସ୍ଥାନ ଯେଉଁଠାରେ ପର୍ଯ୍ୟଟକମାନେ ଜୀବଜନ୍ତୁଙ୍କ ଗ୍ରହଣରେ ମୌଜମସ୍ତି କରିବା ସହିତ ସେମାନଙ୍କ ସହ ଖାଦ୍ୟ ଖାଉଛନ୍ତି। ଆଶ୍ଚର୍ଯ୍ୟର ବିଷୟ ହେଉଛି ଏମାନେ କାହାର ବି କୌଣସି ପ୍ରକାରର କ୍ଷତି କରୁନାହାଁନ୍ତି।
photo by : diggylane.comଅଷ୍ଟ୍ରେଲିଆର ଥିବା ଏହି ହୋଟେଲରେ ରହିଛି ଏମିତି କିଛି ମାହୋଲ। ଯେଉଁଠି ଜୀବଜନ୍ତୁଙ୍କ ସହ ଖୁବ୍ ମଜାମସ୍ତି କରୁଛନ୍ତି ପର୍ଯ୍ୟଟକମାନେ। ଏଠାରେ ରହୁଥିବା ପର୍ଯ୍ୟଟକଙ୍କୁ ଏପରି ସୁବିଧା ଦିଆଯାଇଥାଏ। ୧୮ କୋଠରୀ ବିଶିଷ୍ଟ ଏହି ହୋଟେଲରେ ସବୁ କୋଠରୀରେ କାଚର ମୋଟା ପ୍ୟାନେଲ ଲାଗିଛି। ଯାହାର ଗୋଟେ ପାଖରେ ଟୁରିଷ୍ଟମାନେ ଓ ଅନ୍ୟ ପାଖରେ ବାଘ, ଭାଲୁ, ଜିରାଫ୍ ଓ ଅଲଗା ପଶୁମାନେ ବୁଲୁଥାନ୍ତି। ବିଭିନ୍ନ ଦେଶର ପର୍ଯ୍ୟଟକ ଆସି ଏହି ହୋଟେଲରେ ଜୀବଜନ୍ତୁଙ୍କ ସହ କଟାଉଛନ୍ତି ଅବସର ମୁହୂର୍ତ୍ତ। ସୋସିଆଲ ସାଇଟରେ ଏହି ହୋଟେଲର ଫଟୋ ସବୁ ଭାଇରାଲ ହେବାରେ ଲାଗିଛି।
Follow Us