ଚାର୍ଜ ବିନା ଦୁଇ ବର୍ଷ ଚାଲୁଥିବା ଲାପ୍‌ଟପ୍

ଚାର୍ଜ ବିନା ଦୁଇ ବର୍ଷ ଚାଲୁଥିବା ଲାପ୍‌ଟପ୍

ବିଦ୍ୟୁତ୍‌ ପ୍ରବାହ କଟିଗଲେ କି ନଥିଲା ବେଳେ ଲାପ୍‌ଟପ୍‌କୁ ନିରନ୍ତର ଚାଲୁ ରଖିବା ପାଇଁ ସେଥିରେ ଏକ ବ୍ୟାଟେରି ଖଞ୍ଜାଯାଇଛି। ତେବେ ଏହି ବ୍ୟାଟେରିଟି ଲାପ୍‌ଟପ୍‌କୁ କେଇ ଘଣ୍ଟା ସକ୍ରିୟ ରଖିବା ଲାଗି ସକ୍ଷମ। ତେବେ ସୌଖୀନ ପ୍ରଯୁକ୍ତିବିତ୍‌ ଆଣ୍ଡ୍ରିଜ୍‌ ଏରିକସନ୍‌ ଏଭଳି ଏକ ଲାପ୍‌ଟପ୍‌ର ରୂପରେଖ ନିର୍ମାଣ କରିଛନ୍ତି ଯାହାର ପ୍ରାୟ ଦୁଇ ବର୍ଷ ଧରି ଚାର୍ଜ ନ କରି କାମ କରିପାରିବ। ଏହି ଅଭିନବ ଲାପ୍‌ଟପ୍‌ର ନାମ ‘ପଟାଟୋ-ପି’। ଏଥିରେ ୧୨,୦୦୦ ମିଲିଆମ୍ପିଅରଆଵାର ବିଶିଷ୍ଟ ବ୍ୟାଟେରି, ଛୋଟ ପରଦା ଓ ଏକ ସୌରସେଲ୍‌ ରହିଛି। ଏଥିରେ କେବଳ ଲେଖାଲେଖି ଏବଂ ସ୍ନେକ୍‌ ପରି ଭିଡିଓଗେମ୍ ଖେଳିବା ସମ୍ଭବ। ଏହି ଲାପ୍‌ଟପ୍‌ରେ ଏଆର୍‌ଏମ୍‌ କୋରକ୍ଟେକ୍ସ-ଏମ୍‌୪ଏଫ୍‌ ପ୍ରସେସର୍ ସାଙ୍ଗକୁ ଏକ ଏମ୍‌ବିର ଫ୍ଲାସ୍‌ ମେମୋରି ଓ ୩୮୪ କେବିର ରାମ୍‌ ଖଞ୍ଜାଯାଇଛି। ସେହିପରି ଏହାର ୪.୪ ଇଞ୍ଚର ପରଦାଟି ୩୪୦x୩୨୦ ପିକ୍ସେଲ ଆଧାରରେ କାମ କରିଥାଏ ଏବଂ ଖୁବ୍‌ କମ୍‌ ଶକ୍ତି ସାରିଥାଏ। ଏପରି ଦୀର୍ଘଜୀବୀ ହେବାରେ ଏହାର ମୁଖ୍ୟ ଉପାଦାନଟି ହେଉଛି ସେଥିରେ ଖଞ୍ଜାଯାଇଥିବା ସୌର ସେଲ ଯାହା ନିରନ୍ତର ଭାବେ ବ୍ୟାଟେରିକୁ ଚାର୍ଜ କରିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe