ମାଆ କୋଳରେ ବସିଥିବା ଦୁଇବର୍ଷର ଶିଶୁ କଣ୍ଠରୁ ଭଜନ ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ

Advertisment
ମାଆ କୋଳରେ ବସିଥିବା ଦୁଇବର୍ଷର ଶିଶୁ କଣ୍ଠରୁ ଭଜନ ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିିଛି ଭିଡିଓ ଓ ଫଟୋ ଭାଇରାଲ ହୋଇଥାଏ। ବ୍ୟବହାରକାରୀ ବି ଏଥିମଧ୍ୟରୁ କିଛି ଭିଡିଓକୁ ଖୁବ୍‌ ସେୟାର କରି ତାକୁ ସୋସିଆଲ ମିଡିଆରେ ଟପ୍‌ ଭିଡିଓ ବନାଇ ଦେଇଥାଆନ୍ତି। ଏଇ କିଛିଦିନ ହେବ ସୋସିଆଲ ମିଡିଆରେ ଏକ ଶିଶୁର ଭିଡିଓ ଖୁବ୍‌ ଭାଇରାଲ ହୋଇଛି। ଏହି ଭିଡିଓରେ ଶିଶୁଟି ଭକ୍ତି ଭଜନ ଗାଉଥିବା ନଜର ଆସୁଛି। ଶିଶୁଟିର ସୁମଧୁର ସ୍ୱରକୁ ଶୁଣି ଯେକେହି ରାମଙ୍କ ନାମ ଭଜିବାକୁ ଲାଗୁଛନ୍ତି।

publive-image

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ନଜର ଆସୁଥିବାର ଶିଶୁର ବୟସ ଦୁଇ/ତିନି ବର୍ଷ ହେବ ବୋଲି ଜଣାପଡ଼ୁଛି। ସେ ଏକ ଧାର୍ମିକସ୍ଥଳରେ ମାଆ କୋଳରେ ବସିଛି। ମାଆ ମାଇକ୍‌ ଧରି ଥିବା ବେଳେ ଶିଶୁଟି ସୁମଧୁର ସ୍ୱରରେ ‘ଗୋବିନ୍ଦ ଜୟ ଜୟ ଗୋପାଳ ଜୟ ଜୟ’ ଭଜନ ଗାଉଛି। ଶିଶୁଟି ଭଜନ ଗାଇବା ପରେ ପୂରା ଭଜନମଣ୍ଡଳୀ ତାହାକୁ ପୁଣିଥରେ ଗାଉଛନ୍ତି। ଏହି ଭାଇରାଲ ଭିଡିଓକୁ ଏଯାବତ୍‌ ହଜାର ଲୋକ ଲାଇକ୍‌ ଓ ରିଟୁଇଟ କରି ସାରିଲେଣି। ଉକ୍ତ ଭିଡିଓ କେଉଁଠିକାର ଓ ଶିଶୁଟିର ନାମ କ’ଣ ତାହା ସ୍ପଷ୍ଟ ହୋଇପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe