ଏ ବର୍ଷ ଭାରତରେ ଗୋଟିଏ ଚନ୍ଦ୍ରଗ୍ରହଣ

Advertisment

ଚଳିତ ୨୦୨୫ରେ ପୃଥିବୀରେ ଦୁଇଟି ଚନ୍ଦ୍ରଗ୍ରହଣ ଓ ଦୁଇଟି ସୂର୍ଯ୍ୟୋପରାଗ ହେବ, କିନ୍ତୁ ଭାରତରେ କେବଳ ଗୋଟିଏ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ। ଉଜ୍ଜୟିନୀସ୍ଥିତ ଜିଵାଜି ଦୂରବୀକ୍ଷଣ କେନ୍ଦ୍ରରୁ ମିଳିଥିବା ସୂଚନାନୁଯାୟୀ, ଭାରତବାସୀ ଆସନ୍ତା ସେପ୍‌ଟେମ୍ବର...

ଚଳିତ ୨୦୨୫ରେ ପୃଥିବୀରେ ଦୁଇଟି ଚନ୍ଦ୍ରଗ୍ରହଣ ଓ ଦୁଇଟି ସୂର୍ଯ୍ୟୋପରାଗ ହେବ, କିନ୍ତୁ ଭାରତରେ କେବଳ ଗୋଟିଏ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ। ଉଜ୍ଜୟିନୀସ୍ଥିତ ଜିଵାଜି ଦୂରବୀକ୍ଷଣ କେନ୍ଦ୍ରରୁ ମିଳିଥିବା ସୂଚନାନୁଯାୟୀ, ଭାରତବାସୀ ଆସନ୍ତା ସେପ୍‌ଟେମ୍ବର...

sssvs

ଚଳିତ ୨୦୨୫ରେ ପୃଥିବୀରେ ଦୁଇଟି ଚନ୍ଦ୍ରଗ୍ରହଣ ଓ ଦୁଇଟି ସୂର୍ଯ୍ୟୋପରାଗ ହେବ, କିନ୍ତୁ ଭାରତରେ କେବଳ ଗୋଟିଏ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ। ଉଜ୍ଜୟିନୀସ୍ଥିତ ଜିଵାଜି ଦୂରବୀକ୍ଷଣ କେନ୍ଦ୍ରରୁ ମିଳିଥିବା ସୂଚନାନୁଯାୟୀ, ଭାରତବାସୀ ଆସନ୍ତା ସେପ୍‌ଟେମ୍ବର ୭-୮ ତାରିଖରେ ହେବାକୁ ଥିବା ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ଦେଖିପାରିବେ। ଉଲ୍ଲେଖଯୋଗ୍ୟ, ଚଳିତବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଆସନ୍ତା ମାର୍ଚ୍ଚ ୧୪ରେ ସଂଘଟିତ ହେବ। ପୂର୍ଣ୍ଣଗ୍ରାସ ଗ୍ରହଣର ଏହି ବିରଳ ଦୃଶ୍ୟ ଆମ ଦେଶରେ ଦିନବେଳେ ଘଟୁଥିବାରୁ ତାହାକୁ ଦେଖିହେବ ନାହିଁ। ତାହା ଆମେରିକା, ପଶ୍ଚିମ ୟୁରୋପ ଓ ଆଟ୍‌ଲାଣ୍ଟିକ ମହାସାଗର ଉପରେ ଦୃଶ୍ୟମାନ ହେବ। ସେହିପରି ମାର୍ଚ୍ଚ ୨୯ରେ ଏକ ଆଂଶିକ ସୂର୍ଯ୍ୟୋପରାଗ ହେବ।

ତାହାକୁ ମଧ୍ୟ ଭାରତବାସୀ ଦେଖିବାରୁ ବଞ୍ଚିତ ହେବେ। ଅପରପକ୍ଷେ, ତାହା ଉତ୍ତର ଆମେରିକା, ଗ୍ରିନ୍‌ଲ୍ୟାଣ୍ଡ, ଆଇସ୍‌ଲ୍ୟାଣ୍ଡ, ୟୁରୋପ ସମେତ ରୁଷିଆର କିଛି ଭାଗରେ ଦେଖିବାକୁ ମିଳିବ। ସେପ୍‌ଟେମ୍ବର ୭-୮ ତାରିଖରେ ହେବାକୁ ଥିବା ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣକୁ ସଂପୂର୍ଣ୍ଣ ରୂପେ ଭାରତରେ ଦେଖିହେବା। ଏସିଆ, ୟୁରୋପ, ଆଣ୍ଟାର୍କଟିକା, ଅଷ୍ଟ୍ରେଲିଆ ଓ ଭାରତ ମହାସାଗରରେ ମଧ୍ୟ ତାହା ଦୃଶ୍ୟମାନ ହେବ। ତେବେ ସେପ୍‌ଟେମ୍ବର ୨୧-୨୨ ତାରିଖରେ ହେବାକୁ ଥିବା ଶେଷ ଆଂଶିକ ସୂର୍ଯ୍ୟୋପରାଗ ଭାରତବାସୀ ଦେଖିପାରିବେ ନାହିଁ। ତାହା କେବଳ ନିଉଜିଲାଣ୍ଡ, ଦକ୍ଷିଣ ପ୍ରଶାନ୍ତ ମହାସାଗର ଓ ପଶ୍ଚିମ ଆଣ୍ଟାର୍କଟିକାରେ ଦୃଶ୍ୟମାନ ହେବ ବୋଲି ଗଣନା କରାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe