କୁକୁରକୁ କାଖେଇ ବରଯାତ୍ରୀରେ ସାମିଲ ହୋଇ ମନଖୋଲି ନାଚିଲେ ଏହି ବ୍ୟକ୍ତି

କୁକୁରକୁ କାଖେଇ ବରଯାତ୍ରୀରେ ସାମିଲ ହୋଇ ମନଖୋଲି ନାଚିଲେ ଏହି ବ୍ୟକ୍ତି

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବାହାଘର ସମୟରେ ବରଯାତ୍ରୀମାନେ ନୃତ୍ୟ କରୁଥିବାର ଏକ ଭିଡିଓ ଭାଇରାଲ ହୋଇଛି। ତେବେ ଆପଣମାନେ ଭାବୁ ଥାଇ ପ‌ାରନ୍ତି ପ୍ରତି ବାହାଘରରେ ତ ବରଯାତ୍ରୀମାନେ ନୃତ୍ୟ କରନ୍ତି ଏଥିରେ ନୂଆକଥା କ’ଣ ରହିଲା।

ତେବେ ଆପଣଙ୍କୁ ଜଣାଇ ଦେବାକୁ ଚାହିଁବୁ କି, ଏହି ବାହାଘରକୁ ଆସିଥିବା ଜଣେ ବ୍ୟକ୍ତି ସାଥୀରେ ତାଙ୍କ ପୋଷାକୁକୁରକୁ ଧରି ଆସିଥିଲେ। ଆଉ ବରଯାତ୍ରୀଙ୍କ ପାଇଁ ବାଜୁଥିବା ଡିଜେର ଧୁନରେ ସମସ୍ତେ ନୃତ୍ୟ କରୁଥିବା ବେଳେ ସେ ଝୁମିଥିଲେ।

କେବଳ ଏତିକି ନୁହେଁ, ସେ ତାଙ୍କ ସାଥୀରେ ଧରି ଆସିଥିବା କୁକୁରକୁ ଯେମିତି କହୁଛନ୍ତି, ତୁ ବି ମନଖୋଲି ନାଚ, ଜୀବନକୁ ଉପଭୋଗ କର।  ଆଗକୁ ଭାଗ୍ୟରେ କ’ଣ ଲେଖା ହୋଇଛି ତାହା କେହି କହି ପାରିବେ ନାହିଁ।’

ତେବେ ଉକ୍ତ ବ୍ୟକ୍ତି ଜଣକ ତାଙ୍କ ପୋଷା କୁକୁର ସହିତ ଯେମିତି ଡିଜେର ଧୁନରେ ନାଚୁଛନ୍ତି ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ଦୁହିଁଙ୍କ ଉପରୁ ନଜର ହଟାଇ ପାରି ନଥିଲେ। ଆଉ ଦୁହିଁଙ୍କ ସ୍ନେହର ଏହି ସୁନ୍ଦର ମୁହୂର୍ତ୍ତକୁ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସୁନିଲ.ଇନ ୧ ନାମକ ଆକାଉଣ୍ଟରେ ଏହି ଭିଡିଓକୁ ସେୟାର କରାଯାଇଛି। ଭିଡିଓକୁ ମାର୍ଚ୍ଚ ୫ ତାରିଖରେ ସେୟାର କରାଯାଇଥିବା ବେଳେ ଏଯାବତ ଏହାକୁ ଏକଲକ୍ଷ ୨୯ହଜ‌ାର ଲୋକ ଦେଖି ସାରିଲେଣି। ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe