ନୂଆଦିଲ୍ଲୀ: ଜଣେ ମହିଳା ୬ବର୍ଷ ପୁଅର ମୃତ୍ୟୁ ପରେ ଖୁସି ଥିବା ଟିକଟକରେ କହିଛନ୍ତି। ହ୍ବିଟନୀ ଫ୍ରାଷ୍ଟ ଗତ ଶନିବାର ନିଜର ଏକ ଟିକଟକ ଭିଡିଓରେ ନିଜ ପୁଅର ଫଟୋକୁ ଭିଡିଓ ଜରିଆରେ ସେୟାର କରି କହିଛନ୍ତି ତାଙ୍କ ପୁଅର ମୃତ୍ୟୁ ହୋଇଛି। ଆଉ ସେ ଏବେ ଖୁସି ଅଛନ୍ତି, କାରଣ ତାଙ୍କ ପୁଅକୁ ଆଉ କଷ୍ଟ ହେବ ନାହିଁ।
ହ୍ବିଟନୀଙ୍କ ଟିକଟକରେ ୧୭ଲକ୍ଷରୁ ଅଧିକ ଫଲୋୟୋର୍ସ ଅଛନ୍ତି। ହ୍ବିଟନୀ କହିଛନ୍ତି, ତାଙ୍କ ୬ବର୍ଷର ପୁଅ ହେରିସନ ଇନଫେଣ୍ଟାଇଲ ନ୍ୟୁରୋଏକ୍ସୋନଲ ଡିଷ୍ଟ୍ରୋକି (ଆଇଏନଏଡି)ରେ ପୀଡିତ ଥିଲା। ସେ ତାଙ୍କ ପୁଅର ଅନେକ ଦିନ ହେବ ଚିକିତ୍ସା କରୁଥିଲେ। କିନ୍ତୁ ପୁଅର ସ୍ବାସ୍ଥ୍ୟରେ କୌଣସି ଉନ୍ନତୀ ହୋଇ ନଥିଲା।
ହ୍ବିଟନୀ ଟିକଟକରେ ଭିଡିଓ ସେୟାର କରି ଲେଖିଛନ୍ତି, ‘ହେରିସନ ଆଜି ଅପରାହ୍ନ ୩.୩୫ରେ ଦୁନିଆକୁ ଅଲବିଦା କହିଛି। ସେ ବହୁତ ଶୀଘ୍ର ଚାଲିଗଲା। ହେରିସନର ଏଭଳି ଯିବା ହେତୁ ମୁଁ ଭାଙ୍ଗି ପଡ଼ିଛି। କିନ୍ତୁ ଖୁସି ବି ଅଛି। କାରଣ ସେ ଆଉ କଷ୍ଟ ପାଇବ ନାହିଁ।
Follow Us